କାର ଧକ୍କା, ଜଣେ ମୃତ 

 ଆସିକା :  ଗତକାଲି ବିଳମ୍ବିତ ରାତିରେ ଗାଙ୍ଗପୁର ଥାନା କେଶରାପଲ୍ଲୀ ଛକରେ ଏକ ମର୍ମଦୂତ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ସେହିଗ୍ରାମର ସଂଯୁକ୍ତା ବିଷୋୟୀଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେହିଗ୍ରାମର ନମିତା ବିଷୋୟୀ (୪୦) ଓ ତାପସ୍ୱ୍ୱିନୀ ପ୍ରଧାନ (୦୬) ବର୍ଷ ଶିଶୁକୁ ପ୍ରଥମେ ଆସିକା, ପରେ ବ୍ରହ୍ମପୁର ବଡ଼ ମେଡିକାଲରୁ ଭୁବନେଶ୍ୱର ଚିକିସôା ପାଇଁ ଯାଇଥିବା ଜଣାପଡିଛି । ଏଭଳି ଦୁର୍ଘଟଣା ଘଟିବା ପରେ ଗ୍ରାମବାସୀ ମାନେ କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ । 
ରାସ୍ତା ରୋକ ହେବା ଶୁଣି ଘଟଣା ସ୍ଥଳକୁ ଭଞ୍ଜନଗର ଉପ ଜିଲ୍ଲପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଅତିରିକ୍ତ ଅରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେଓ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରଜିତ ନାୟକ, ଆସିକା ଅତିରିକ୍ତ ତହସିଲଦାର ଅମରେଶ ସାବତ, ଗାଙ୍ଗପୁର ଥାନା ଅଧିକାରୀଣି ଶୁଭଲକ୍ଷ୍ମୀ ପୂଜାରୀ, ଆସିକା ତହସିଲର ରାଜସ୍ୱ ସୁପର ଭାଇଜର ବିଶ୍ୱନାଥ ଲେଙ୍କା, ସୁରଭି ଗୌଡ଼, ଉପସ୍ଥିତ ରହିଥିଲେ । ମୃତଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ଓ ଆହତଙ୍କ ଉଭୟ ପରିବାରଙ୍କୁ ମୋଟ ୨୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଥିଲା । ଦୁର୍ଘଟଣା ଘଟିବା ସ୍ଥାନରେ ବେରିକେଟ ନିର୍ମାଣ କରାଯିବା ପାଇଁ ପ୍ରତିଶୃତି ପ୍ରଦାନ କରାଯାଇଛି । ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।