ତ୍ରିରଙ୍ଗା ଶୋଭାଯାତ୍ରା

ବରୀ : ଅପରେସନ ସିନ୍ଦୁର ପରାକ୍ରମ ନେଇ ବରୀ ବିଜେପି ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଅପରେସନ ସିନ୍ଦୁରରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛ । ଭାରତୀୟ ସେନାର ଏହି ଅଗାଡ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ବରୀ ବିଜେପି ପକ୍ଷରୁ ପରାକ୍ରମ ଶୋଭାଯାତ୍ରାକୁ ବରୀ ବଜାର ଠାରୁ ଆରମ୍ଭ ହୋଇଥିଲା । ବିଜେପି ନେତା ଉମେଶ ଚନ୍ଦ୍ର ଜେନାଙ୍କ ସହିତ, ପ୍ରକ୍ତନ୍ ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ା, ଅର୍ତ୍ତବନ୍ଧୁ ସାମଲ, ନୀଳମଣି ସାମଲ, ଦିଲ୍ଲୀପ ଦାସ, ରବୀନ୍ଦ୍ର ଜେନା, ଦିଲ୍ଲୀପ ଜେନା, ସୌଭାଗ୍ୟ ଦାସ, ଅଭୟ ପଲାଇ, ବନସ୍ମିତା ପରିଡା, ଓମ୍ ବ୍ରହ୍ମ, ସଂଗ୍ରାମ ପଲାଇ, ପ୍ରଫୁଲ୍ଲ ସାହୁ, ପ୍ରଦୀପ ଦାସ୍, ବିଦ୍ୟାକରଣ, ରାକେଶ ଦେଓ, ଶ୍ରବଣ ଦାସ, ମୁନା ଜେନା, ସମୀର ରାଉତ, ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।