ଦାଦା ଓ ଝିଆରୀଙ୍କୁ ଆକ୍ରମଣ, ଜଣେ ଗିରଫ
ବାଲିଅନ୍ତା: ଧଉଳି ଥାନା ନଖାଉର ଗ୍ରାମରେ ଦାଦା ଓ ଝିଆରୀଙ୍କୁ ମାଡ଼ ମାରିବା ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ସେ ହେଲେ କାହ୍ନୁ ଓରଫ କାହ୍ନୁ ଚରଣ ଭୋଇ । ଖବରନେବାରେ ଜଣାପଡିଛି ଏହି ଗ୍ରାମର ମମତା ଦାସ ଓ ତାଙ୍କ ଦାଦା ମଥୁରୀ ଦାସ ଘର ଆଗରେ ଠିଆ ହୋଇଥିଲେ । ଏହି ସମୟରେ ତାଙ୍କ ପଡୋଶୀ କାହ୍ନୁ ମଥୁରୀଙ୍କୁ ଦେଖାଇ ଆଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ମଥୁରୀ କଣ ପାଇଁ ଗାଳିଗୁଲଜ କରୁଛୁ ବୋଲି କାହ୍ନୁକୁ ପଚାରିଥିଲେ । ମାତ୍ର ଏଥିରେ କାହ୍ନୁ ଘର ଆଗରେ ପଡ଼ିଥିବା ଖଡ଼ିକାମୁଠାରେ ଆକ୍ରମଣ କରିଥିଲା । ଏହା ଦେଖି ଝିଆରୀ ମମତା କାହ୍ନୁକୁ ଅଟକାଇ ଥିଲା । କାହ୍ନୁ ତାଙ୍କୁ ମଧ୍ୟ ସେହି ଖଡ଼ିକା ମୁଠାରେ ଆକ୍ରମଣ କରିଥିଲା । ଦୁହେଁ ଆହତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିଶ୍ଚିତ ହୋଇଥିଲେ । ପରେ ମମତା ସମ୍ପୃକ୍ତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ କାହ୍ନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।