ହାଟ ପଡ଼ିଆରୁ କାଟି ଦେଲେ ଗଛ
ଧର୍ମଶାଳା : ଧର୍ମଶାଳା ତହସିଲ ଅଧିନ ହାଟ ପଡ଼ିଆର ଥିବା ବିଶାଳ ଚାକୁଣ୍ଡା ଗଛ ଗୁଡ଼ିକକୁ କାଟିଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କେହି ଆଜି ଗଛ କାଟି ବୋହି ନିଆଯାଉଥିବା ଦେଖିବାକୁ ମିଳିଥିଲା । ଗଛକଟା ବାବଦରେ ଏଠାକାର ମୁନସୀ ମେଲଣ କମିଟି କି ହାଟ କମିଟି ଅବଗତ ନଥିବା ବେଳେ ବହୁ ବର୍ଷର ପୂରୁଣା ଗଛକୁ କିଏ କାଟିବାକୁ ନିଦେ୍ର୍ଦଶ ଦେଇଛି ଏବଂ କିଏ କାଟୁଛି ତାହା ଜଣାପଡୁନାହିଁ । ହାଟ ପଡିଆରେ ଥିବା ଶହେ ଶହ ବର୍ଷର ବିଶାଳ ଗଛ ଗୁଡିକ କିଭଳି ସୁରକ୍ଷିତ ରହିପାରିବ ସେ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।