ବ୍ରାଉନସୁଗାର ଜବତ୍, ୩ ଗିରଫ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଟୁରୁ ରେଲୱେ ଓଭରବ୍ରିଜ ତଳେ ବ୍ରାଉନ ସୁଗାର ବିକ୍ରୀ ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ପଶ୍ଚିମବଙ୍ଗ ନଦିଆ ଅଂଚଳର ଦେବାଶିଷ ବିଶ୍ୱାସ (୨୨), କେନ୍ଦୁଝର ଜିଲ୍ଲା ଘଟଗାଁ ଅଂଚଳର ବାସୁଦେବ ତ୍ରିପାଠୀ (୫୮) ଓ ଭଦ୍ରକ ଜିଲ୍ଲା ଆଗରପଡା ଅଂଚଳର ଚନ୍ଦ୍ରମଣୀ ସାହୁ (୩୫) ବୋଲି ଜଣାପଡିଛି । ସେମାନଙ୍କ ଠାରୁ ୨୧ ଗ୍ରାମ ବ୍ରାଉନସୁଗାର, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି, ୫ଟି ମୋବାଇଲ ଫୋନ ଏବଂ ନଗଦ ଟଙ୍କା ଜବତ୍ କରାଯାଇଛି । ଟାଉନ ପୁଲିସ କେସ ନମ୍ବର ୫୯୦/୨୦୨୪ରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଜେରା ବେଳେ ସେମାନେ ସ୍କୁଟିରେ ବ୍ରାଉନ ସୁଗାର କଲିକତାରୁ କେନ୍ଦୁଝର ଆଣ