ଦୁର୍ନୀତି ନିବାରଣ ବିଭାଗ ପଞ୍ଝାରେ ଯନ୍ତ୍ରୀ

ଜୟପୁର : କୋରାପୁଟ ଦୁର୍ନିତୀ ନିବାରଣ ବିଭାଗ ଅଧିକାରୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ପ୍ରାପ୍ତ ହେବା ପରେ ଚିତ୍ରକୋଣ୍ଡା ବ୍ଲକ ଏଇଇ ପବିତ୍ର ମୋହନ ପାଣିଗ୍ରାହୀ ନିଜ କାରରେ ଭୁବନେଶ୍ୱର ଯାଉଥିବା ବେଳେ ରାସ୍ତାରେ ମାଡ଼ି ବସିଲେ ଦୁର୍ନିତୀ ନିବାରଣ ଅଧିକାରୀ ମାନେ । ଯାଞ୍ଚ ବେଳେ କାରରୁ ପାଞ୍ଚ ଲକ୍ଷ ସାତ ହଜାର ଟଙ୍କା ଠାବ କରିଥିଲେ । ଏହି ବୋରାମୋତ ଟଙ୍କାର ସମ୍ୱଧେ ସୋନ୍ତୋଷ ଜନକ ହିସାବ ଦେଇପାରିନଥିଲେ । ଏହାପରେ ଭୁବନେଶ୍ୱର ସ୍ତିତ ବାସଭବନରୁ ତେର ଲକ୍ଷ୍ୟ ଚାରି ହଜାର ଟଙ୍କା ୨୭୦ଗ୍ରାମ ସୁନା ଅଳଙ୍କାର, ଚନ୍ଦ୍ରସେଖରପୁରରେ ଗୃହ, ରାଜଧାନିରେ ଚାରଟି ବହୂମୁଲ୍ୟ ପ୍ଲଟ, ବରଗଡ ଏବଂ ଆସିକାରେ ଗୋଟିଏ ଗୋଟିଏ ପ୍ଲଟ, କାର ଏବଂ ୭୦ ଲକ୍ଷ୍ୟ ଟଙ୍କାର ବୀମା ପଲିସି ଜବତ କରିଛି ଦୁର୍ନିତୀ ନିବାରଣ ବିଭାଗ ଆହୁରି ଅଧିକା ତଦନ୍ତ ଚାଲୁଥିବା ବେଳେ  ଅଭିଯୁକ୍ତଙ୍କୁ କୋରାପୁଟ ଜିଲ୍ଲା ଜୟପୁର ଭିଜଲେନସ କୋର୍ଟକୁ ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ଦୁର୍ନିତୀ ନିବାରଣ ବିଭାଗ ।