ଦୁର୍ବଳ ମୋବାଇଲ ନେଟୱାର୍କ : ଇଣ୍ଟରନେଟ ସେବା ବ୍ୟାହତ ଯୋଗୁଁ ଅସନ୍ତୋଷ
ଗତ କିଛି ମାସ ଧରି ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଦୁର୍ବଳ ମୋବାଇଲ ନେଟୱର୍କ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳବାସୀଙ୍କୁ ପ୍ରଥମେ ମୋବାଇଲ ସେବା ପ୍ରଦାନ କରି ଆସୁଥିବା ବିଏସଏନଏଲ ସଂସ୍ଥା ରୁଗଣ ଅବସ୍ଥାକୁ ଚାଲି ଆସିବା ପରେ ଅନ୍ୟାନ୍ୟ ନାମୀଦାମୀ ଘରୋଇ କମ୍ପାନୀର ମୋବାଇଲ ନେଟୱର୍କ ଉପରେ ଅଞ୍ଚଳବାସୀ ପୁରା ନିର୍ଭର କରି ଚଳି ଆସୁଥିଲେ । ମାତ୍ର ଏବେ ଉକ୍ତ ମୋବାଇଲ ନେଟୱର୍କ କମ୍ପାନୀ ଗୁଡିକ ପୂର୍ବ ପରି ଆଉ ସେପରି ସେବା ପ୍ରଦାନ ନକରି ଅଞ୍ଚଳବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଦୁର୍ବଳ ମୋବାଇଲ ନେଟୱର୍କ ଏବେ ଖଣ୍ଡପଡ଼ା ଅଞ୍ଚଳବାସୀଙ୍କ ପାଇଁଁ ଚିନ୍ତାର କାରଣ ପାଲଟିଛି ।ଆଜିର ଡିଜିଟାଲ ଯୁଗରେ ସମସ୍ତଙ୍କ ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଅପରିହାର୍ଯ୍ୟ ହୋଇଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ଇଣ୍ଟରନେଟ ସେବା ଉପରେ ନିର୍ଭର କରୁଛି । ସେହପରି ପାଠ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀମାନେ ମଧ୍ୟ ମୋବାଇଲ ନେଟୱର୍କ ଉପରେ ନିର୍ଭର କରିଥାନ୍ତି । ଏଭଳି ସ୍ଥିତିରେ ମୋବାଇଲ ନେଟୱର୍କରୁ ଅଞ୍ଚଳବାସୀ ବଞ୍ଚôତ ହେବା ଦୁଃଖର ବିଷୟ ଅଟେ । ତେଣୁ ଅଞ୍ଚଳବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଏସଏନଏଲ କର୍ତ୍ତୃପକ୍ଷଙ୍କ ସମେତ ଦେଶର ନାମିଦାମୀ ମୋବାଇଲ ସେବା ପ୍ରଦାନକାରୀ କମ୍ପାନିଗୁଡିକ ଖଣ୍ଡପଡା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ଏକାଧିକ ମୋବାଇଲ ଟାୱାର ସ୍ଥାପନ କରିବାକୁ ସାଧାରଣରେ ଦାବି ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।