ଦୋକାନୀ ମାଡ଼ରେ ଗୁରୁତର ନାବାଳକର ମୃତୁ୍ୟ

 ବରୁଅାଁ: ଦୋକାନୀ ମାଡ଼ରେ ଗୁରୁତର ହୋଇ ଚିକିସôିତ ହେଉଥିବା ଜଣେ ନାବାଳକର ମୃତୁ୍ୟ ଘଟିଛି । ମୃତ ନାବାଳକ ଯାଜପୁର ସଦର ଥାନା ଅନ୍ତର୍ଗତ ସାହାସପୁର ପଂଚାୟତ ଗୋବିନ୍ଦପୁର ଗ୍ରାମର ଶୁକଦେବ ଦାସଙ୍କ ପୁଅ ସାନ୍ତନୁ (୧୪) ହୋଇଥିବା ବେଳେ ଗଲା ୯ତାରିଖ ରାତି ୯.୩୦ ସମୟରେ ଶିବାଛକରେ ଫାଷ୍ଟଫୁଡ଼ ଦୋକାନୀ କାଠଫାଳିଆରେ ଆକ୍ରମଣ କରି ଗୁୁରୁତର କରିଥିଲେ । ଖବର ମତେ ୯ତାରିଖ ରାତିରେ ଶୁକଦେବ ଚାଓମିନ ଖାଇବାକୁ ଦୋକାନୀକୁ ମାଗିଥିଲେ । ଦୋକାନୀ ଅନିଲ କୁମାର ମଲ୍ଲିକ ଶୁକଦେବକୁ ଚାଓମିନ ନଦେଇ ଅଧଘଂଟା କାଳ ଅପେକ୍ଷା କରାଇଥିଲେ । ଶୁକଦେବ ଦୋକାନୀ ଅନିଲକୁ ଜିଦ୍ କରି ଚାଓମିନ ମାଗିବାରୁ ଦୋକାନୀ ଓ ସେଠାରେ ବସିଥିବା ତାର ସାଥି ଅକ୍ଷୟ, କାଠିଆ, କମଳ ଗାଳିଗୁଲଜ କରିବା ସହିତ ଜାତିଗତ ଆକ୍ଷେପ କରି ଏକ କାଠ ଫାଳିଆରେ ପିଟିଥିଲେ । ଦୋକାନୀ ମାଡରେ ଶୁକଦେବ ଚିକôାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସି ଉଦ୍ଧାର କରିଥିଲେ । ଖବର ପାଇ ତାଙ୍କ ପୁଅ ସାନ୍ତନୁ ଘଟଣା ସ୍ଥଳରେ ପହଁଚି ବାପାକୁ ଉଦ୍ଧାର କରିବା ସହିତ ମୋ ବାପାକୁ କାହିଁକି ମାରିଲ ବୋଲି ପଚାରିବାରୁ ସେମାନେ ସଂଘବଦ୍ଧ ହୋଇ ଏକ ଲୁହା ରଡ୍ ଓ କାଠ ଫାଳିଆରେ କାନମୂଳି ଓ ମୁଣ୍ଡକୁ ଆଘାତ ଦେଇଥିଲେ । ଉଭୟ ବାପ ପୁଅ ଚେତନାଶୂନ୍ୟ ହୋଇ ପଡିଥିଲେ । ଖବର ପାଇ ଶୁକଦେବର ବଡ଼ଭାଇ ବାପ-ପୁଅଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।ସେଠାରେ ଶାନ୍ତନୁର ଅବସ୍ଥା ଅତି ଗୁରୁତର ହେବାରୁ ଡ଼ାକ୍ତର ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ମଧ୍ୟ ଭେଂଟିଲେଟର ସୁବିଧା ନଥିବାରୁ ବାଧ୍ୟ ହୋଇ କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଚିକିସôାଧିନ ସମୟରେ ଆଜି ଶାନ୍ତନୁର ମୃତୁ୍ୟ ଘଟିଥିଲା ସଦର ଥାନା ପୁଲିସ ତରଫରୁ ପ୍ରକାଶ । ଏହି ଘଟଣା ପରେ ଏରବାଙ୍କ ଓ ସାହାସପୁର ଅଂଚଳରେ ଉତେଜନା ଲାଗିରହିଥିବା ଜଣାପଡିଛି । ସଦର ଥାନା ପୁଲିସ ପକ୍ଷରୁ ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।