ଦ୍ୱିଧାରୁଆ ଶପଥ


ଦ୍ୱିଧାରୁଆ ଖଣ୍ଡା, ଛୁରୀ, ରେଜର, ବ୍ଲେଡ଼ ଅଛି । ଏମିତି ତ୍ରିଭୁଜାକାର ଶିଷମ୍ଭୁ ଦୁଇ ପଟକୁ ଲମ୍ବିବା ତୀର ବା ବର୍ଚ୍ଛାର ସମଦ୍ୱିବାହୁ ତ୍ରିଭୁଜକାର ଦ୍ୱିଧାର ତୀର ବା ବର୍ଚ୍ଛା ଫଳା ଅଛି । କିନ୍ତୁ ଦ୍ୱିଧାରୁଆ ଶପଥ ଅଛି ଏହା କେମିତି କେମିତି ଲାଗୁଛି । ଧାରୁଆ ଅସ୍ତ୍ରର ଏକଧାର ଆରୋହୀ ଦାର ଏକ ଧାର ଅବରୋହୀ ଧାର । ଏଥିରେ ସବୁ ଶପଥ କ୍ରିୟା ରହିଛି । ଶପଥ ପାଠକୁ ଘୋଷଣାନାମା ବି କୁହାଯାଇପାରେ । କୋର୍ଟରେ କୌଣସି ଅଭିଯୁକ୍ତ ସାକ୍ଷୀ ବିଚାରାଳୟକୁ ଗଲେ ଏକ ଧର୍ମ ପୁସ୍ତକକୁ ଛୁଆଇଁ ତାଙ୍କୁ ସର୍ବ ସମକ୍ଷରେ ଏପରି ଶପଥ ପାଠ କରାଯାଏ । ଯହିଁରେ ବ୍ୟକ୍ତି ବିଚାରାଳୟରେ ବିଚାରପତିଙ୍କ ଆଗରେ ଯାହା କହିବେ ସତ କହିବେ, ଏଥିରେ ଦ୍ୱିଧାର କଥା ଲୁଚିଛି, ବ୍ୟକ୍ତି ଏହି ଶପଥ ପାଠର ଗୁରୁତ୍ୱ ଜାଣେକି ନାହିଁ ଧର୍ମ ପୁସ୍ତକର ବସ୍ତାନିକୁ ଛୁଇଁ ଯେଉଁ ଶପଥ ପାଠ କରୁଛନ୍ତି ବା ହଲପ କରୁଛନ୍ତି ତାର ପ୍ରକୃତ ଗୁରୁତ୍ୱ ଜାଣିଛନ୍ତି କି ନାହିଁ । ଅପରାଧୀ  ଏ ସ୍ଥଳରେ ପୁଣି ଏକ ମିଛ ବୟାନ ଦେଇପାରେ । ପୁଣି ପ୍ରାଣ ଆତଙ୍କରେ ମାଡ଼ ଭୟରେ କେହି ମିଛ କହି ଖସିବା ଚେଷ୍ଟା କରିଥିଲେ ବୁଝିବ ବର୍ତ୍ତମାନ ଯଦି ମୁଁ ସତ୍ୟ ଘଟଣା ଏଠାରେ ପ୍ରକାଶ କରେ କୋର୍ଟ ବାହାରେ ପୁନଃ ଆକ୍ରମଣକାରୀ ତାଙ୍କର ଚାମଚା ସେପରି ପ୍ରାଣାନ୍ତକ ଦଣ୍ଡ ଦେଲେ ତକ୍ରାଳ କରିବି କଣ? ଅତଏବ ଏଠାରେ ବି ମିଛ କହିବାରେ କେବଳ ହଲପ କରୁଛି କହି ରକ୍ଷା ମିଳିପାରେ । 
ପୁଣି ଶପଥ ହଲପ ଘୋଷଣା ଏକ ପ୍ରକାର କରି ପରେ ନମାନିଲେ କଣ କିଛି ଲେଖା ରହିଛିକି? ଏହା ଶ୍ରବଣର ଅଙ୍ଗ, ପାଟିର କଥା ଯୋଗୁ କଣ ହୋଇଯିବ ଯେ? ଏଇ ହେଉଛି ଦ୍ୱିଧାର ଶପଥ । ଅଗ୍ନୀସାକ୍ଷୀରେ ବିବାହ କାର୍ଯ୍ୟ ସାଥି ଗ୍ରହଣ, ବନ୍ଧୁ ଗ୍ରହଣ କରାଯାଏ । ଦ୍ୱୀପ ସାକ୍ଷୀରେ ସ୍ୱାମୀର ପ୍ରଥମ ମିଳନ ହେଲେ ପରେ ମନ ଭଙ୍ଗ ହୋଇ ଅଗ୍ନୀସାକ୍ଷୀ ଦ୍ୱୀପ ସାକ୍ଷୀରେ କର ବିଧି ରହିଛି ତାହା ଅଣଦେଖା ହୁଏ ଏହା ବି ଦ୍ୱିଧାର ଶପଥ ହୋଇପାରେ । ମାଲିମକଦ୍ଦମା କୋର୍ଟ କଚେରିରେ ନିଷ୍କୃତି ପାଇଁ ମିଥ୍ୟାଶ୍ରୟ ଘଟଣା ପ୍ରବାହରେ ଯୋଡ଼ାଯାଏ । କୋର୍ଟରେ ଏକ ତାରିଖରେ ସର୍ବଦା ମାମଲା ବିଚାର ଶେଷ ହୁଏ ନାହିଁ । ଏ ମଧ୍ୟରେ ପକ୍ଷ ମାନେ ସାକ୍ଷୀ ସମୟ ପାଇଁ ମୂଳ ଅଭିଯୋଗରେ ବା ଅଭିଯୋଗ ମୁକ୍ତ ପାଇଁ ନୂଆ ନୂଆ ଭାବନା ମନରେ ପଚାରନ୍ତି ଯାହା ବିଚାରରେ ଭ୍ରାନ୍ତି ସୃଷ୍ଟିକରେ । ଅବଶ୍ୟ ସତ୍ୟ ଧରାପଡ଼େ । ବେଳେ ବେଳେ ସତ୍ୟ ଧରା ନପଡ଼ିଲେ ବି ରାୟ ମିଳିଥାଏ । ଏଥିରେ ଦୁଇପକ୍ଷ ସାକ୍ଷୀଗଣଙ୍କ ଶପଥର ସତ୍ୟ ପାଳନ ଓ ଅସତ୍ୟ ଭାବ ଦୁଇଟି ଧାର ହୋଇଯାଏ । ଶପଥର ଏ ଦ୍ୱିଧାର ଅଛି ଏଥିରୁ ଜଣାପଡ଼େ । ନେତା ଏ ପଦବୀ ଅଳଙ୍କୃତ ବେଳେ ଶପଥ ପାଠ କରନ୍ତି । ପଦବୀରେ ଅନେକ ଗୋପନ ସ୍ତର ଆଗକୁ ସାମ୍ନା କରିବାକୁ ପଡ଼ିପାରେ ଯାହା ସାର୍ବଜନୀନ କଲେ ରାଜନୈତିକ ସ୍ତରରେ ବିରୋଧୀଙ୍କର ଏକ ଅସ୍ତ୍ର ହୋଇପାରେ । ଜନମତରେ ହୈଚୈ କରାଇପାରେ ଏମିତିକା ପ୍ରସଙ୍ଗ ଗୋପନ ପାଇଁ ଗୋପନୀୟତାର ଶପଥ ପାଠ କରିବାକୁ ହୁଏ । ଶପଥ ବେଳର ସମୟ ଓ ଭାବନା ଓ ସେମିତିକା ଗୋପନୀୟ ଭାବର ଭୋଗବଳ ଦୁଇଟି ମଧ୍ୟରେ ସତ୍ୟପାଠକୁ ସତ୍ୟ ରଖାଯିବା ହୋଇନଥାଏ । ଅନେକ ସହ୍ୟ କରନ୍ତି ଅନେକ କରିପାରନ୍ତି ନାହିଁ । ସହ୍ୟ ନକରିବା ବାଲା ଗୋତ୍ର ଖଣତା ହୋଇଥାନ୍ତି । କାର୍ଯ୍ୟାରମ୍ଭର ଶ୍ରୀ ଗଣେଶରେ ଶପଥ ପାଠ ଅଛି । ଧର ବିଚାରପତି ସେ ଏକ ବିଚାରର ନଥି ଗୋପନ ରଖିବାକୁ ବାଧ୍ୟ ଏହା ନକଲେ ସେ ଶପଥବାକ୍ୟ ଖଣ୍ଡନ କରିଛନ୍ତି ଭାବିବାକୁ ପଡ଼ିବ । ପୋଲିସ ବାବୁ କେଶ ତଦନ୍ତ ରିପୋର୍ଟ ଲୁଚାଇ ରଖିବେ, ଏହା ପ୍ରକାଶ କଲେ ହେଲା ଶପଥ ଭଙ୍ଗ । ଅନେକ ସ୍ୱାର୍ଥସିଦ୍ଧି ପାଇଁ ଅନ୍ୟାୟ ପଥରେ ଆଶୁ ଉପାୟ ଏଥିରୁ ବାହାର କରନ୍ତି । ପ୍ରକୃତିରେ ଏହା ଦ୍ୱିଧାର ଶପଥରେ ଆସେ । ବିବାହ ବେଦୀରେ ବା ବିବାହ ରେଜେଷ୍ଟ୍ରି ବେଳେ ଶପଥ ପାଠ ଅଛି । ବିବାହ ବେଦୀରେ ଅଗ୍ନୀସାକ୍ଷୀ, ରେଜେଷ୍ଟ୍ରିରେ ରାଜସାକ୍ଷୀ ବା ରାଜପତିନିଧି ବା ବିଚାରପତି ସାକ୍ଷୀ । ବିବାହରେ ଅନେକ ଆଗକୁ ଅଛି ବହୁ ସମସ୍ୟା ଯାହା ଅଙ୍ଗକୁ ବସ୍ତ୍ର ଢ଼ାଙ୍କିଲା ପରି ରହିଛି । ଏକାନ୍ତ ଘରେ ସ୍ୱାମୀ ସ୍ତ୍ରୀ ଏକ ବିଛଣାରେ ତାଙ୍କ ଜୀବନ ଆରମ୍ଭ କଲେ ବି ନିଜ ନିଜର ଅହମ୍ ଯୋଗୁଁ କିଛି ସମସ୍ୟା ବି ସ୍ମରଣରେ ପକାଏ । ଏହାପରେ ସ୍ୱାମୀ ସ୍ତ୍ରୀର ଗୋପନ କଥା ପଦାରେ ପଡ଼େ । ରଙ୍ଗକୁ ଅତି ରଞ୍ଜିତ ପାଇଁ ବରପକ୍ଷ ବା କନ୍ୟାପକ୍ଷ ଅଣ୍ଟାଭିଡ଼ନ୍ତି ଥାନା କୋର୍ଟ ଯାଏ ମାମଲା ଚାଲିଯାଏ । ଏଇ ହେଲା ଦ୍ୱିଧାର ଶପଥ । ଅଭାବ ଦୂରୀକରଣ, ଦାରିଦ୍ର୍ୟନାଶ ପାଇଁ ଉଦଯୋଗ ପାଇଁ ଚେଷ୍ଟା ଥିଲେ ଋଣ ପାଇଁ ଏବେ ଗାଁ ମହାଜନଙ୍କ ପାଖକୁ ନ ଦୌଡ଼ି ଲୋକେ ବ୍ୟାଙ୍କକୁ ଟଙ୍କା ପାଇଁ ଦୌଡ଼ ଲଗାଇ ତାଙ୍କ ଧାରାରେ ପହଞ୍ଚô ଋଣ ଉଠାଉଛନ୍ତି । ଋଣ ଉଠାଇବା ବେଳେ ଏକ ଚୁକ୍ତି ବା ଶପଥ ପତ୍ରରେ ଦସ୍ତଖତ ପଢ଼ି ସାରିବା ପରେ କରୁଛନ୍ତି ।
କୌଣସି କାରଣରୁ ନେତା ଦଳରୁ ପଦବୀରୁ ବହିଷ୍କୃତ ହେଲେ ଦଳର ଆଭ୍ୟନ୍ତର ବ୍ୟାପାର ବିଷୟରେ ବୟାନ କରୁଛନ୍ତି । ଯାହାତାଙ୍କର ପଦବୀ ଆରମ୍ଭର ଶପଥ ପାଠର ଘୋର ବିରୁଦ୍ଧାଚରଣ । ଏକ ଦ୍ୱିଧାର ଶପଥ । ସମସ୍ତେ ଏ ସବୁର ପୃଥିବୀରେ ବାସ କରନ୍ତୁ କିନ୍ତୁ ଶାନ୍ତିରେ ରହନ୍ତୁ ସମସ୍ତେ ପୃଥି ମାତାଙ୍କର ସନ୍ତାନ ଭାଇଚାରା ରକ୍ଷା କରିବା ଅତି ଜରୁରି । କଠୋରଦଣ୍ଡ ପ୍ରଦାନ ବେଳେ ଶପଥ ସ୍ମୃତି ଚେତାଇ ବାଟକୁ ଆଣିବା ଦରକାର ତା ନହେଲେ ବିଦ୍ରୋହ ବ୍ୟାପିବ ସମସ୍ତଙ୍କର ପାତ୍ରଦାହ ବଢ଼ିବ ଶେଷକୁ ଅଘଟଣ ଘଟିବ । 
ଅଜୟ କୁମାର ବେହେରା,ମୋ: ୯୪୩୭୦୩୧୨୫୩