ଧନ ଓ ଜୀବନ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଲୋକନ କରିବା ଧନ ଓ ଜୀବନକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମନୁଷ୍ୟ ସାମାଜିକ ପ୍ରାଣୀ । ସମାଜକୁ ଛାଡି ଚଳିପାରିବ ନାହିଁ । ନିଜର ସମସ୍ତ ଆବଶ୍ୟକତା ନିଜେ ମେଣ୍ଟେଇ ପାରିବ ନାହିଁ । ନିଜ ପାଇିଁ ନିଜେ ବସ୍ତ୍ରଟିଏ ବୁଣିପାରିବ ନାହିଁ । ନିଜେ ନିଜ ପାଇଁ ଘରଟିଏ ତୋଳିପାରିବ ନାହିଁ । ନିଜେ ନିଜ ପାଇଁ ଚାଷ କରିପାରିବ ନାହିଁ । ଏହିଭଳି ଅନେକ କିଛି ରହିଛି ସେସବୁ କାର୍ଯ୍ୟ ପାଇଁ ବ୍ୟକ୍ତି ସମାଜର ଅନେକ ଲୋକଙ୍କ ଉପରେ ନିର୍ଭର କରେ । ଅନେକ ଲୋକଙ୍କ ଉପରେ ନିର୍ଭର କରିବା ବିନା ଅର୍ଥରେ ହୁଏ ନାହିଁ । ଏଥିପାଇଁ ବ୍ୟକ୍ତିକୁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡେ । ଅର୍ଥ ଖର୍ଚ୍ଚ କରିବା ମାଧ୍ୟମରେ ନିଜର ସମସ୍ତ ପ୍ରକାରର ଆବଶ୍ୟକତାକୁ ସେ ପୂରଣ କରିପାରେ । ସମାଜରେ କିଛି ଲୋକ ନିଜର ଆବଶ୍ୟକତା ପୂରଣ ବା ନିଜର ଆବଶ୍ୟକତା ମେଣ୍ଟାଇବା ପର୍ଯ୍ୟନ୍ତ ଧନ ଅର୍ଜନ କରିପାରନ୍ତି । ଆଉ କିଛି ଲୋକ ନିଜର ଆବଶ୍ୟକତା ଠାରୁ ଅସୀମ ଭାବରେ ଅଧିକ ଧନ ଉପାର୍ଜନ କରନ୍ତି । ସେମାନଙ୍କର ଧନକୁ କଳନା କରାଯାଇପାରିବ ନାହିଁ । ଏତେ ଅଧିକ ଧନ ସେମାନଙ୍କ ପାଖରେ ଥାଏ ଯେ ସେମାନେ ଅର୍ଥବଳରେ ନିଜ ଇଚ୍ଛାନୁସାରେ ଜୀବନ ଉପଭୋଗ କରନ୍ତି । ଆଉ କିଛି ବ୍ୟକ୍ତି ନିଜର ଆବଶ୍ୟକତା ମେଣ୍ଟାଇବାରେ ଅସମର୍ଥ ହୁଅନ୍ତି । ଅନ୍ୟର ଦୟା ଉପରେ ନିର୍ଭର କରି ଭିକ୍ଷାବୃତ୍ତିରେ ଜୀବନଯାପନ କରନ୍ତି । ଯେତେ ଚେଷ୍ଟା କରିଲେ ମଧ୍ୟ ସେମାନଙ୍କ ରୋଜଗାର ବଢେନାହିଁ; ବରଂ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ଦୁଇଓଳି ପେଟ ପୁରେଇ ଖାଇବାକୁ ସେମାନେ ଅସମର୍ଥ ହୋଇଯାଆନ୍ତି । ଅର୍ଥ ନଥିବା ବ୍ୟକ୍ତିମାନେ ସାଧାରଣତଃ ସମାଜରେ ଅଧିକ ସଂଖ୍ୟାରେ ଦେଖାଯାନ୍ତି । ସେମାନଙ୍କ ୈନନ୍ଦିନ କାର୍ଯ୍ୟ ପାଇଁ କେହି କେବେ ହେଲେ ଗୁରୁତ୍ୱ ଦିଅନ୍ତି ନାହିଁ । ସେମାନଙ୍କର କୌଣସି ଭଲମନ୍ଦ ହେଲେ କେହି କେବେ ସେସବୁକୁ ମନେ ରଖନ୍ତି ନାହିଁ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।