ଧାନ ତଳି ରୋଇ ପ୍ରତିବାଦ
ଟାଙ୍ଗୀ ଚୌଦ୍ୱାର : ଟାଙ୍ଗୀ ଚୌଦ୍ୱାର ବ୍ଲକ ର ବିଭିନ୍ନ ଆଦିବାସୀ ପଂଚାୟତରେ ବିକାଶ ତ ଦୂରରେ ଥାଉ ଯାହା ଅର୍ଥ ଆସୁଛି ତାହା ବାଟ ମାରଣା ହେଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିପୁର ଖଣ୍ଡବନ୍ଧ ରାସ୍ତାକୁ ନେଇ । ଆଦିବାସୀ ବାସିନ୍ଦା ବାରମ୍ବାର ବ୍ଳକ ପ୍ରଶାସନ ଓ ପଂଚାୟତ ପ୍ରଶାସନ ପାଖରେ ଅଭିଯୋଗ କଲେ ସୁଦ୍ଧା କେହି ଶୁଣି ନଥିଲେ । ଆଜି ଏହାର ପ୍ରତିବାଦ କରି ଏହି ରାସ୍ତାରେ ଆଦିବାସୀ ମହିଳା ଓ ଯୁବକମାନେ ହଳ କରି ମାଟି ରାସ୍ତାରେ ରୁଆ ପୋତା କରୁଥିବାର ଦେଖାଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ରାସ୍ତାଟି ୬ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଆସିଥିବା ବେଳେ, କେବଳ ମାଟି ପକାଇ ଭୁଲି ଯାଇଥିଲେ । ବର୍ଷା ଆସିବାରୁ ରାସ୍ତାଟି ଏତେ କାଦୁଅ ହୋଇଯାଇଥିଲା ଯେ, ପୂର୍ବରୁ ଲୋକ ମାନେ ଚାଲିଚାଲି ଯାଉଥିଲା ବେଳେ, ଏବେ ଏହି ରାସ୍ତାରେ ଚାଲିକି ଯିବା ଅସମ୍ଭବ ହୋଇପଡିଛି । ପିଲାମାନେ ସ୍କୁଲକୁ ଏହି ରାସ୍ତା ଦେଇ ଯାଇପାରୁ ନାହାନ୍ତି । ଆମ୍ବୁଲାନ୍ସ ଏହି ରାସ୍ତାରେ ଯାଇପାରୁ ନଥିବାରୁ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣୁଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ଅଂଚଳବାସୀ ରାସ୍ତାରେ ଧାନ ତଳି ରୋଇ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଏବଂ ରାସ୍ତାଟି କାମ ରେ ଆସିଲା ନାହିଁ ଧାନ ରୋଇ ପେଟ ପୋଷିବୁ କ୍ଷ ଏଥି ସହିତ ଆଜି ଟାଙ୍ଗୀ ସାଲେପୁର ର ବରିଷ୍ଠ କଂଗ୍ରେସ ନେତା ୟାକୁବ ଖାଁ ଓ ଛାମୁହାଁ କର୍ମୀ ନିଆରା ଢଙ୍ଗରେ ପ୍ରତିବାଦ କରାଯାଉଥିବା ସ୍ଥାନରେ ପହଂଚି ଆଦିବାସୀ ଲୋକଙ୍କୁ ଆଗାମୀ ଦିନରେ ସମସ୍ତ ସମସ୍ୟାକୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ପ୍ରଶାସନ ଉପରେ ବର୍ଷିଥିଲେ । ଏବଂ କହିଥିଲେ ବର୍ତମାନ ର ସରକାର ରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଥିବା ବେଳେ ଆଦିବାସୀ ଅଂଚଳ ର ଶୋଚନୀୟ ପରିସ୍ଥିତି କୁ ଦେଖି ବର୍ଷି ଥିଲେ କ୍ଷ ଏହା ସହିତ ଏହି ଗାଁ ରେ ପିଇବା ପାଣିର ସମସ୍ୟାକୁ ନେଇ ଖୁବ ଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ, ସଞ୍ଜୟ ସ୍ୱାଇଁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।