ଖଣ୍ଡଗିରି ପୁଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍ ; ୭ ମୋବାଇଲ ଜବତ

ଖଣ୍ଡଗିରି ପୁଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍ ; ୭ ମୋବାଇଲ ଜବତ


ଭୁବନେଶ୍ୱର, ୦୮ା୬ : ଏମ୍ସ ହସ୍ପିଟାଲରୁ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ମୋବାଇଲ ଲୁଟ୍ କରୁଥିବା ୪ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସେମାନଙ୍କ ଠାରୁ ୭ଟି ଚୋରା ମୋବାଇଲ  ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ, ବାହାଦଲପୁର ତଳସାହିର ବିକାଶ ମହାରଣା, ଖୋର୍ଦ୍ଧା ଜଙ୍କିଆର ସନ୍ତୋଷ କୁମାର ଭୋଇ, ବାହାଦଲପୁର ଜେନା ସାହିର ବିଶ୍ୱନାଥ ଜେନା ଓ ତାରିଣୀ ବସ୍ତି ଧର୍ମ ବିହାରର କାଳନ୍ଦୀ ବିଶ୍ୱାଳ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ନିମ୍ନୋକ୍ତ ଅଭିଯୁକ୍ତ ମାନେ ଅଭ୍ୟାସଗତ ଲୁଟେରା ଅଟନ୍ତି । ଏମାନେ ସବୁବେଳେ ଏମ୍ସ ହସ୍ପିଟାଲରେ ପଶି ବିଭିନ୍ନ ରୋଗୀମାନଙ୍କ ସମ୍ପର୍କୀୟଙ୍କ ଠାରୁ ଶୋଇଥିବା ଅବସ୍ଥାରେ ସେମାନଙ୍କ ମୋବାଇଲ ଫୋନ ଲୁଟି ନେଇଥାନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଆସୁଥିଲା । ହେଲେ ପୁଲିସ ଏହି ଲୁଟେରାଙ୍କୁ ଧରିବାରେ ବିଫଳ ହେଉଥିଲା । ସବୁଦିନ ପରି ଶନିବାର ଭୋର ସମୟରେ ମଧ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ଏମ୍ସ ଭିତରେ ରେଷ୍ଟ ନେଉଥିବା ବେଳେ ଏମାନେ ତାଙ୍କର ମୋବାଇଲ ଲୁଟ୍ କରିନେଇଥିଲେ । ପରେ କିଛି ମୋବାଇଲ ନେଇ କିଛି ଦୋକାନୀଙ୍କୁ ବିକ୍ରି କରିବା ବେଳେ ସେମାନେ ଚୋରା ମୋବାଇଲ ହୋଇଥିବାରୁ ଦୋକାନୀ ମନା କରିଦେଇଥିଲେ । ଏହି ଖବର ଖଣ୍ଡଗିରି ଥାନା ଅଧିକାରୀ ଅଭିମନୁ୍ୟ ଦାସ ଖବର ପାଇ ଥାନାର ସ୍ପେଶାଲ ଟିମ ପଠାଇ ୪ ଜଣ ଲୁଟେରାଙ୍କୁ କାବୁ କରିଥିଲେ । ସେମାନଙ୍କ ତଲାସି ବେଳେ ପୁଲିସ ଟି ସେମାନଙ୍କ ଠାରୁ ୭ଟି ଚୋରା ମୋବାଇଲ ଜବତ କରିଥିଲେ । ପରେ ସେମାନଙ୍କୁ ଥାନାକୁ ଆଣି ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି ।