ପରିବହନ ବିଭାଗ ସ୍ଥାଣୁ  : ଦଦରା ଗାଡ଼ିରେ ଯାଉଛନ୍ତି ଛାତ୍ରଛାତ୍ରୀ

ନିଆଳି: କଣ୍ଟାପଡା ବ୍ଲକ୍ ୧୪ ଗୋଟି ଗ୍ରାମ ପଞ୍ଚାୟତରେ ହଜାର ହଜାର ଛାତ୍ରଛାତ୍ରୀ ନିଜ ଜୀବନକୁ ବାଜି ଲଗାଇ ଅସୁରକ୍ଷିତ ଭାବରେ ବହୁ ପୁରାତନ ଗାଡିରେ ଯାତାୟତ କରୁଛନ୍ତି । ଗାଡିର ସିଟ୍ ସଂଖ୍ୟା ଠାରୁ ୫ ଗୁଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ସମେତ ଅନେକ ଘରୋଇ ବିଦ୍ୟାଳୟ ଥିବାରୁ ଏହି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ବ୍ୟବହାର ହେଉଥିବା ଗାଡିରେ ଛାତ୍ରଛାତ୍ରୀଙ୍କୁ ଅଧିକା ନେଉଥିଲେ ମଧ୍ୟ, ଏହି ଗାଡି ଗୁଡିକର ଇନ୍ସୁ୍ୟରାନ୍ସ, ଫିଟ୍ନେସ୍ ନଥିବା ଦେଖବାକୁ ମଳିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିବା ଅଭିଭାବକ ମାନେ କହିଛନ୍ତି । ଜିଲ୍ଲା ପରିବହନ ବିଭାଗ ସତେ ଯେମିତି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସ୍ଥାଣୁ ପାଲଟିଯାଇଛି । ବିଧିମତ କାର୍ଯ୍ୟାନୁଷ୍ଠାନ ନିଆଗଲେ ଛାତ୍ରଛାତ୍ରୀମାନେ ଯାଉଥିବା ଗାଡିରେ ସୁରକ୍ଷିତ ଭାବେ ଯାଇପାରିବେ ।