ନଳକୂପରୁ ବାହାରୁନି ପାଣି, ଅଚଳ ସୋଲାର ପ୍ରକଳ୍ପ
ସୁକିନ୍ଦା: ସୁକିନ୍ଦା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଉକ୍ରଟ ହେବାରେ ଲାଗିଛି । ଖରା ଯେତିକି ବଢୁଛି, ଜଳ ସଂକଟ ସେତିକି ବଢୁଛି । ଯାହାକୁ ନେଇସାଧାରଣରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।
ଏହି ବ୍ଲକ ବନ୍ଧଗାଁ ପଞ୍ଚାୟତ ଅଧିନସ୍ଥ କୋଇଲ ଗ୍ରାମର ଜଳ ସଙ୍କଟ ହେଉଛି ବଡ଼ ଉଦାହରଣ । ଏଠାରେ ପାନୀୟ ଜଳ ଯୋଗାଣ ପାଇଁ ସୋଲାର ଚାଳିତ ପ୍ରକଳ୍ପ ରହିଛି । ହେଲେ ଯାହା ଦୀର୍ଘବର୍ଷ ଧରି ଅଚଳ ହୋଇ ପଡ଼ି ରହିଛି । ଉକ୍ତ ପ୍ରକଳ୍ପ ଅଚଳ ପରେ ଲୋକେ ନଳକୁପ ପାଣିରୁ ଚଳିଯିବେ ବୋଲି ଧରି ନେଇଥିଲେ । ହେଲେ ତାହାବି ଅଚଳ ଅବସ୍ଥାରେ ପଡ଼ିରହିଛି । ପାନୀୟ ଜଳ ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ବ୍ଲକ ପ୍ରସାଶନକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଅଭିଯୋଗ କରିଛନ୍ତି । ଏନେଇ ସୁକିନ୍ଦା ବିଡ଼ିଓ ପ୍ରଦୀପ ସେଠୀଙ୍କ ପଚାରିବାରୁ ସେ କହିଥିଲେ କି ଯଥାଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥାହେଲା ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ଅଞ୍ଚଳରେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶହଶହ କୋଟି ଟଙ୍କା ବ୍ୟୟରେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅଞ୍ଚଳବାସୀ କିନ୍ତୁ ତାର ସୁଫଳ ପାଇପାରୁ ନାହାନ୍ତି । ଘରେ ଘରେ ଲାଗିଥିବା ଟ୍ୟାପରେ ପାଣି ପାଇବାକୁ ଅନାଇ ବସିଥିବା ବେଳେ ଏପଟେ ଜଳ ସଂକଟ ଉକôଟରୁପ ଧାରଣ କରିବାରେ ଲାଗିଛି । ଏହାହିଁ ଜନ ଅସନ୍ତୋଷର କାରଣ ହୋଇଛି ।