ବାମଦେବ ସଂହିତା ଓ ଶ୍ରୀମନ୍ଦିର ପରମ୍ପରା

ଶାସ୍ତ୍ରୀୟ ମତାନୁସାରେ ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରି ବିଜେ କୁହାଯାଏ  । ଗୁଣ୍ଡିଚା ଦିନ ତିନିଠାକୁର ଯେଭଳି ରଥରେ ଗୁଣ୍ଡିଚା ମନ୍ଦିର ଯାଏ ଯାଇଥିଲେ  ଠିକ୍ ସେଭଳି ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି  । ଏହି ଲେଉଟାଣି ପରେ ରଥରୁ ଠାକୁରମାନେ ରନôବେଦୀକୁ ବିଜେ କରିଥାନ୍ତି  । ଏହା ହେଉଛି ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ  ।
ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରନô ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି  । ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି ଦ୍ୱାଦଶୀ ଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି  । କିନ୍ତୁ ବାସ୍ତବରେ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ  ।
 କୁହାଯାଏ ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଏ  । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ  । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚÿତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ  । ଏହି ଅଧରପଣା ସର, କଦଳୀ, ଛେନା, ଗୋଲମରିଚ ରେ ପ୍ରସ୍ତୁତି ହୋଇଥାଏ  । ପ୍ରତି ରଥରେ ୩ଟି ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ  । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ  । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ  । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି  ।
 ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଁଚିବା ପରେ 'ଅଧର ପଣା' ଭୋଗ ହେବା କଥା  । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ  । ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି  ଅଧର ପଣା ଭୋଗ କରାଯାଉଛି  । ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡାÿ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦେ୍ଦଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା  ।  ସମ୍ପ୍ରତି ତିନି ରଥ ପାଇଁ ଦ୍ୱାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି  ।
ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ୱ  । ପାପୀ, ତପି, ମ୍ଲେଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନ ସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ  । ପୌରାଣିକ ବର୍ଣ୍ଣନାନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରୀରୀମାନେ ଯାତ୍ରା କରିଥାନ୍ତି  । ଏସବୁ ଆତ୍ମାର ଶାନ୍ତି ନିମନ୍ତେ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି  । ଏହି ପଣା ପାନ କରି ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାଏ  । ଏପରିକି ବର୍ଷକୁ ଥରେ ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଚାହିଁ ବସିଥା'ନ୍ତି ରଥଯାତ୍ରାକୁ  । ଅତୃପ୍ତ ଆତ୍ମା ତୃପ୍ତ ହୁଅନ୍ତି, ଅଶରୀରୀମାନେ ମୁକ୍ତି ପାଆନ୍ତି ଏଭଳି ଅନେକ ଲୋକ ପ୍ରବାଦ ଅଧରପଣାକୁ ନେଇ ରହିଛି  ।
ରଥ ଉପରେ ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚÿ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ  । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି  । ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଏ  । ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ , ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି  । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା ଜାଲିକନା ପକାଯାଏ  । ବୋଧହୁଏ ଜଳ ଛଣା ଉଦେ୍ଦଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି  ।
ନଅ ହାଣ୍ଡି ଅଧର ପଣାର ବ୍ୟବସ୍ଥା ମଧ୍ୟ ରହସ୍ୟା ଘେରରେ ରହିଛି  । ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ବଳଭଦ୍ରଙ୍କୁ ତାରା, ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କୁ ମହାକାଳୀ ଭାବେ ପୂଜା କରିଥା'ନ୍ତି  । ତେଣୁ ଏହି ନବଦିନାତ୍ମକ ରଥଯାତ୍ରାକୁ ତନ୍ତ୍ରର ପୂଜା ବୋଲି କୁହାଯାଇଥାଏ  । କେବଳ ତାହା ନୁହେଁ, ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ୱ ଦେବାଦେବୀ ରହିଥା'ନ୍ତି  । ଅଧର ପଣା ବେଳେ ପ୍ରତିରଥରେ ତିନି ତିନୋଟି କରି ମୋଟ ନଅଟି ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ ବୋଲି କୁହାଯାଇଛି  । ଦେବସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ଉସôବ ଆରମ୍ଭ ହୋଇ ନୀଳାଦ୍ରି ବିଜେରେ ଶେଷ ହୋଇଥାଏ  । ଦେବତାମାନଙ୍କଠାରୁ ଉସôବ ଆରମ୍ଭ ହୋଇ ଅଶରୀରୀମାନଙ୍କ ପାଖରେ ସରିଥାଏ  । ତନ୍ତ୍ରଶାସ୍ତ୍ର ଅନୁଯାୟୀ   ଦେବସ୍ନାନ ଉସôବରେ ମହାପ୍ରଭୁ ଦେବତା, ଯକ୍ଷ, ଗନ୍ଧର୍ବ ଆଦିଙ୍କୁ ଦର୍ଶନ ଦେଇ କୃତାର୍ଥ କରୁଥିବା ବେଳେ ଦ୍ୱିତୀୟ ଭାଗରେ ଶ୍ରୀଗୁଣ୍ଡିଚାରେ ରଥରେ ବସି ମନୁଷ୍ୟ, ପଶୁ ଯୋନିରେ ଜନ୍ମଗ୍ରହଣ କରିଥିବା ସମସ୍ତ ପ୍ରାଣୀଙ୍କୁ ଦର୍ଶନ ଦେଇ ପତିତ ଉଦ୍ଧାର କରିଥା'ନ୍ତି  । ତେଣୁ ରଥଯାତ୍ରା ଶେଷଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ଡି ସ୍ପର୍ଶ କରି ଏହାକୁ ଶରୀରୀ ଓ ପ୍ରେତମାନଙ୍କ ଉଦେ୍ଦଶ୍ୟରେ ସମର୍ପଣ କରି ଉଦ୍ଧାର କରିଥା'ନ୍ତି  ।
ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରନô ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି  । ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ହୁଏ  । ପୂର୍ବରୁ ନୀତି ଅନୁସାରେ ଯେତେବେଳେ ବିଜେ କାହାଳି ବାଜେ ସେତେବେଳେ  ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ  । ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣ ଘରକୁ ବିଜେ କରାଯାଇଥାଏ  । ଏହାପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ  ।
 ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିବା ପରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି  । ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି  । ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢାଇଥାନ୍ତି  । ସେହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲିଯାଏ  । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ମଧ୍ୟରେ ବଚନିକା ହୋଇଥାଏ  ।ଏହି ‘ବଚନିକା’ର ଅର୍ଥ- ଦୁଇଜଣଙ୍କ ଭିତରେ କଥୋପକଥନ  । ଇଂରେଜୀରେ ‘ଡାଏଲଗ୍?’ ବା ‘କନ୍ଭେରସେସନ୍’ ଓ ସଂସ୍କୃତରେ ‘ସଂବାଦ’ ବୁଝା ପଡ଼େ  ।  ବୈଦିକ କାଳରୁ ଏହା ପ୍ରଚଳିତ ହୋଇ ଆସୁଛି  । ଦୃଷ୍ଟାନ୍ତ ସ୍ୱରୂପ ‘ପୁରୁରବା-ଉର୍ବଶୀ ସଂବାଦ’, ‘ଯମ-ଯମୀ ସଂବାଦ’, ‘ଯାଜ୍ଞବଳ୍କ୍ୟ-ମୈତ୍ରେୟୀ ସଂବାଦ’ ଆଦି  । ଏହାର ଅନ୍ୟ ଅର୍ଥ ‘ବାକ୍ୟାଳାପ’ ବା ‘ବାର୍ତ୍ତାଳାପ’  । ‘ଉକ୍ତି-ପ୍ରତୁ୍ୟକ୍ତି’ ଅର୍ଥରେ ମଧ୍ୟ ଏହା ପ୍ରଯୁକ୍ତ ହୋଇଥାଏ  । ତେଣୁ ଓଡିଆରେ ‘ବୋଲାବୋଲି’, ‘ବରାବରି’, ‘ବକାବକି’ ଆଦି ଶବ୍ଦ ମଧ୍ୟ ଅଛି  । ‘ପ୍ରଶ୍ନୋତ୍ତର’ ଓ ‘ଜବାବ-ସୁଆଲ’କୁ ମଧ୍ୟ ଏହାର ପ୍ରତିଶବ୍ଦ ଭାବରେ ଗ୍ରହଣ କରାଯାଏ  । ଏହା ମଧ୍ୟ ସୂଚାଏ- ‘ଦ୍ୱନ୍ଦ୍ୱ’ ବା ‘କଳି’କୁ କୁହାଯାଏ  ।
ମହାପ୍ରଭୁ ନିଜ ଜନ୍ମବେଦୀକୁ କେବଳ ନିଜର ଭାଇ ଓ ଭଉଣୀଙ୍କୁ ନେଇ ରଥଯାତ୍ରାରେ ଯାଇଥିବା ହେତୁ ମା' ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି  । ତେଣୁ ପତିପନôୀଙ୍କ ମଧ୍ୟରେ କଳି ରାଗିବା ବା ବଚନିକା ଘଟିବା ସ୍ୱାଭାବିକ  । ଏହି ବଚନିକାର ବିଶଦ ସୂଚନା ଶ୍ରୀମନ୍ଦିରର ସ୍ୱତ୍ତ୍ୱ୍ୱଲିପିରେ ନାହିଁ  । କେବଳ ଏହା ସେବକଙ୍କ ସୂତ୍ରରୁ ଜଣାପଡ଼େ, ନୀତି ଅନୁସାରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଜୟବିଜୟ ଦ୍ୱାରର ବାହାରପଟେ ଦଇତା ସେବକ ସ୍ୱାଇଁ ମହାପାତ୍ର ଓ ଦେବୀ ଲକ୍ଷ୍ମୀଙ୍କ ପକ୍ଷରୁ ଦ୍ୱାରର ଭିତର ପଟେ ଭିତର ଗାଏଣୀ (ଦେବଦାସୀ) ରହୁଥିଲେ  । ଶ୍ରୀମନ୍ଦିରରୁ ଦେବଦାସୀ ସେବା ବିଲୁପ୍ତ ହେବା ପରେ, ଭିତରପଟେ ଲକ୍ଷ୍ମୀଙ୍କ ପକ୍ଷରୁ ଆଉ କେହି ରହୁନାହାନ୍ତି  । କେବଳ ସ୍ୱାଇଁ ମହାପାତ୍ର ସେବକ ଏପଟୁ ବଚନିକାର ପଦଟିଏ ଗୀତ ଗାଇବା ପରେ, ଦ୍ୱାର ଖୋଲିଦିଆଯାଇ, ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ନୀତି ଓ ରସଗୋଲା ଭୋଗ ଆଦି ହେଉଛି  । ଏବେ ଶ୍ରୀମନ୍ଦିରରୁ ‘ଲକ୍ଷ୍ମୀ-ନାରାୟଣ ବଚନିକା’ର ଏହି କୌତୁହଳ  ରସାଳ ଲୋକ-ପରମ୍ପରା  ସଂପୂର୍ଣ୍ଣ ବିଲୁପ୍ତି ହୋଇପାରେ  । ଯାହା ଦିନେ ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ-ନାରାୟଣ କଳି’ ଏକ କୌତୁକାବହ ବ୍ୟାପାର ଥିଲା  । ଏହାର ପ୍ରଚୁର ନିଦର୍ଶନ ରହିଛି ‘ନିଳାଦ୍ରି ମହୋଦୟ’ ଓ ‘ବାମଦେବ ସଂହିତା’ ଆଦି ଗ୍ରନ୍ଥରେ ରହିଛି  ।
ଶ୍ରୀମନ୍ଦିରର ରୀତିନୀତି ସଂପର୍କିତ ‘ନୀଳାଦ୍ରି ମହୋଦୟ’ ଓ ‘ବାମଦେବ ସଂହିତା’ ହେଉଛି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ  । ‘ନୀଳାଦ୍ରି ମହୋଦୟ’ର ଷୋଡଶ ଅଧ୍ୟାୟରେ ଥିବା ବର୍ଣ୍ଣନା ଅନୁସାରେ- ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରଠାରେ ଏହି ଲୀଳା କରାଯାଏ  । କୌତୁକବଶତଃ  ଦେବୀ ଲକ୍ଷ୍ମୀ ଏହି ଦ୍ୱାରକୁ ବନ୍ଦ କରିଦେଇ, ଦ୍ୱାରର ଆରପାର୍ଶ୍ୱରେ ନିଜେ ଅବସ୍ଥାନ କରନ୍ତି  । ଏଥିରେ ଉଭୟ ପକ୍ଷରୁ ଗୋଟିଏ ଗୋଟିଏ ପଦର ବଚନିକା ହୋଇଥାଏ  । କିନ୍ତୁ ‘ବାମଦେବ ସଂହିତା’ରେ ଏ ପ୍ରସଙ୍ଗ କିଂଚିତ୍ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଛି  । ଏହାର ସପ୍ତଦଶ ଅଧ୍ୟାୟରେ ଏ ସଂପର୍କରେ ବିଶଦ ବର୍ଣ୍ଣନା ଅଛି  । ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦଇତାମାନେ ଏବଂ ଦେବୀ ଲକ୍ଷ୍ମୀଙ୍କ ପକ୍ଷରୁ ଦେବଦାସୀମାନେ ସେହି ବଚନିକାରେ ଅଂଶଗ୍ରହଣ କରୁଥିବା ବିଷୟ ସେଥିରେ ଅତ୍ୟନ୍ତ ରୋଚକ ଭାବରେ ବର୍ଣ୍ଣିତ ହୋଇଛି  । ବର୍ଣ୍ଣନା ଅନୁଯାୟୀ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଯାଇସାରିବା ପରେ, ଦେବୀ ଲକ୍ଷ୍ମୀ କବାଟର ଅର୍ଗଳିକୁ ଦୃଢ଼ ଭାବରେ ବନ୍ଦ କରାଇ ନିଜେ ଦ୍ୱାରଦେଶର ପୁରୋଭାଗରେ ରହିଥାନ୍ତି  । ସେତେବେଳେ ରାଜା ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କର ସେବକମାନଙ୍କୁ କହିଲେ, ପ୍ରଭୁ ଯେପରି ମୋର ମାନ୍ୟ, ମାତା ଲକ୍ଷ୍ମୀ ମଧ୍ୟ ସେହିପରି ମାନ୍ୟା ଅଟନ୍ତି  ।
 ତେଣୁ ଲକ୍ଷ୍ମୀ ଓ ନାରାୟଣଙ୍କୁ ମାତା ଓ ପିତା ଭାବରେ ବନ୍ଦାପନା କରି, ରଥରୁ ପ୍ରଭୁ ଜଗନ୍ନାଥଙ୍କୁ ଅବତରଣ କରାଇ, ରାଜା କବାଟର ଅର୍ଗଳି ପାଖକୁ ଆଣିବାବେଳେ ତାହା ଜାଣି ମହାଲକ୍ଷ୍ମୀ ଦାସୀବର୍ଗଙ୍କୁ ଡାକି ଅଭିମାନ ଭରା ଆଦେଶ ଦେଇ କହିଲେ- ହେ ଦାସୀମାନେ,  ତୁମ୍ଭେ ଯାଇ ଜଗନ୍ନାଥଙ୍କୁ କୁହ ଯେ ଏହି ସ୍ଥାନରେ ଚଣ୍ଡିରୂପା ଦେବୀ ଅବସ୍ଥାନ କରୁଛନ୍ତି  । ଆପଣଙ୍କୁ ସୁଖ ପ୍ରଦାନ କରିବା ପରି କେହି ପ୍ରିୟା ଏଠାରେ ସେପରି ନାହାନ୍ତି  । ଏହା ହେଉଛି ଏକ ବିରହିଣୀପୁର  । ଏଠାରେ ଚନ୍ଦନାଦି ସୁଗନ୍ଧ ପଦାର୍ଥ, ଆପଣଙ୍କ ମନଲାଖି ପାନ, ଭୋଜନ ପାଇଁ କିଛି ନାହିଁ  । ତେଣୁ ହେ ବିଭୁ , ଯେଉଁଠାରେ ଏସବୁ ଆପଣଙ୍କୁ ମିଳିବ, ସେଠାକୁ ଆପଣ ଚାଲି  ଯାଆନ୍ତୁ  ।  ‘ବାମଦେବ ସଂହିତା’ ଅନୁସାରେ-  “ଦେବୀ ମହାଲକ୍ଷ୍ମୀଙ୍କର ସେହି ବାକ୍ୟ ଶୁଣି, ରାଜା ଅନେକ ପ୍ରକାରରେ ଦେବୀଙ୍କୁ ସାନ୍ତ୍ୱନା ପ୍ରଦାନ କଲା ପରେ ଦେବୀ ଲଜ୍ଜାବନତ ମୁଖରେ ଦ୍ୱାର ଖୋଲି ଦିଅନ୍ତି  ।” 
ଦେଖିବାକୁ ଗଲେ ସେତେବେଳେ ଏସବୁ କେବଳ ଜନୈକ ଦେବଦାସୀ ଓ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପରପାର୍ଶ୍ୱରେ ରହି ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ଏକପ୍ରକାର ଅଭିନୟ ଢଙ୍ଗରେ ସମାହିତ ହୋଇଥାଏ  । ଯାହା ଖୁବ୍ ହୃଦୟସ୍ପର୍ଶି ଓ ମନୋରଞ୍ଜନ ପୂର୍ଣ୍ଣ  । ପରେ ଜୟ ବିଜୟ ଦ୍ୱାର ଫିଟିଥାଏ  । ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ସହ ମନାଇ ଥାନ୍ତି  । ଯାହାକି ମହାପ୍ରଭୁଙ୍କ ମାନବୀୟ ଲୀଳା  । ଏହାପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରନôସିଂହାସନକୁ ବିଜେ କରିଥାନ୍ତି  । ଭକ୍ତଙ୍କ ଘଣ୍ଟ ଘଣ୍ଟା ହରି ବୋଲ ହୁଳହୁଳି ଧ୍ୱନିରେ ମହାପ୍ରଭୁ ହଲି ଝୁଲି ଧାଡ଼ି ପହଣ୍ଡିରେ ଯାଇ ବିଜେ ହୁଅନ୍ତି ନୀଳାଦ୍ରି ମଣ୍ଡପରେ  । କବି ଗୌର ଚରଣ ଦାସ ରଥଯାତ୍ରାର ଏହି ଅନ୍ତିମ ପର୍ବକୁ ନୀଳାଦ୍ରି ବିଜେ ବର୍ଣ୍ଣନାରେ କହିଛନ୍ତି -
‘ ଲକ୍ଷ୍ମୀ ନାରାୟଣ ମିଳନ ହୋଇଲେ ସର୍ବଜନେ ବୋଲ ହରି /ନାରାୟଣ ନାମ ସୁମରିଲେ ତୁମ୍ଭ?  ଭବସିନ୍ଧୁଁ ଯିବ ତରି  । " 
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
 ଦୂରଭାଷ : ୯୦୪୦  ୧୫୧୪ ୭୫