ନିଯୁକ୍ତିରେ ବିଳମ୍ବ ନେଇ ଚାପରେ କାର୍ଯ୍ୟରତ ସିଆରସିସି
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସିଆରସିସି ନିଯୁକ୍ତିରେ ଅହେତୁକ ବିଳମ୍ବକୁ ନେଇ ଘୋର ମାନସିକ ଚାପରେ ରହୁଛନ୍ତି କାର୍ଯ୍ୟରତ ସିଆରସିସି । ଯଦିଓ ସି ଆରସିସି ନିଯୁକ୍ତି ପ୍ରକ୍ରିୟା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଚାଲିଛି ମାତ୍ର ପ୍ରକ୍ରିୟାରେ ବିଳମ୍ବକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଆସୁଛି । ତେବେ ଯେଉଁ ସିଆରସିସିଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଛି ସେମାନେ ସେବେଠାରୁ ଦାୟିତ୍ୱ ହସ୍ତାନ୍ତର ପାଇଁ ବିଆରସିସିଙ୍କୁ ବାରମ୍ବାର ଅନୁରୋଧ କରିଆସୁଥିଲେ ମଧ୍ୟ ପରବର୍ତ୍ତୀ ସିଆରସିସି ନିଯୁକ୍ତି ପର୍ଯ୍ୟନ୍ତ ଦାଇତ୍ୱରେ ରହିବାକୁ ଉପରିସ୍ଥ ଅଧିକାରୀ ନିଦେ୍ର୍ଦଶ ଦେଇଛନ୍ତି । ସରକାରୀ କାର୍ଯ୍ୟରେ ଅବହେଳା ନକରି ସରକାରୀ କାର୍ଯ୍ୟ ବିଭିନ୍ନ ସର୍ଭେ, ପ୍ରଶିକ୍ଷଣ ନିମନ୍ତେ କେନ୍ଦୁଝର ଗ୍ରସ୍ତ, ପୁସ୍ତକ ବଣ୍ଟନ, ବିଦ୍ୟାଳୟର ପଟ୍ଟା ପ୍ରସ୍ତୁତି, ବିଦ୍ୟାଳୟ ସର୍ବେକ୍ଷଣ ଆଦି ଗୁରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁ ରୂପେ ସମୟାନୁସାରେ କରିଆସୁଛନ୍ତି । ସେହିପରି ସିଆରସିସିଙ୍କୁ ଏକାଧିକ କ୍ଲଷ୍ଟର ଦାଇତ୍ୱ ଦିଆଯାଇଥିବା ଯୋଗୁ ସିଆରସିସି ମାନେ ମଧ୍ୟ୍ୟ ଅଧିକ ଚାପଗ୍ରସ୍ତ ହୋଇ କାର୍ଯ୍ୟ କରୁଛନ୍ତି । ଏଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ ଯଥାଶୀଘ୍ର ନୂତନ ସିଆରସିସି ନିଯୁକ୍ତି ଦେବା ନେଇ ସର୍ବସାଧାରଣରେ ମତ ପ୍ରକାଶ ପାଇଛି ।