ନିର୍ମାଣ ମେଧା ସମ୍ମାନ
ବାଳକାଟୀ : ବାଳକାଟୀର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଏଜୁକେସନାଲ୍ ଟ୍ରଷ୍ଟ ଓ ବ୍ରଜଗୋପାଳ ମେମୋରିଆଲ ଫାଉଣ୍ଡେସନ ଆଳିଶୀ ଶାସନର ମିଳିତ ଆନୁକୂଲ୍ୟରେ ନିର୍ମାଣ ଅନୁଷ୍ଠାନର ଅଧ୍ୟକ୍ଷ ସିଦେ୍ଧଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ନିର୍ମାଣ ମେଧା ସମ୍ମାନ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍ର ୧୦ଟି ହାଇସ୍କୁଲ୍ ଓ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୬ଜଣ ମେଧାବୀ ଛାତ୍ରଛାତ୍ରୀ ଓ ୧୦ ଜଣ ପ୍ରଧାନଶିକ୍ଷକଙ୍କୁ ନିର୍ମାଣ ମେଧା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଦୁଭୂଷଣ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ସମାଜ ସେବୀ ପ୍ରହଲ୍ଲାଦ ସାହୁ, ବ୍ରଜଗୋପାଳ ଫାଉଣ୍ଡେସନର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ମିଶ୍ର, ପ୍ରତାପ ଶାସନ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦି, ସମାଜସେବୀ ବିଜୟ ମହାରଣା, ରାଜ୍ୟ ଘରୋଇ ଶିଳ୍ପ ତାଲିମ ସଂଘର ସଭାପତି ଅରୁଣ ନାୟକ, ଓଡ଼ିଶୀ ନୃତ୍ୟ ଗବେଷକ ଜଗବନ୍ଧୁ ଜେନା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ନିର୍ମାଣ ଅନୁଷ୍ଠାନର ଏହି ପଦକ୍ଷେପକୁ ଭୂୟଶୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଭୋଜିତ୍ ପଣ୍ଡା ପରିଚାଳନା କରିଥିବାବେଳେ ନିର୍ମାଣ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।