ନିଶାନିବାରଣ ନେଇ ସଚେତନତା
ରାଜନଗର : ରାଜନଗର ବ୍ଲକ ସଦର ମହକୁମାସ୍ଥିତ ମା’ ଜୟଦୂର୍ଗାଙ୍କ ମନ୍ଦିର ସମ୍ମୁଖରେ ନିଶା ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ପାଲା ମାଧ୍ୟମରେ କରାଯାଇଥିଲା । ମା’ଶାରଳା ପାଲା ପରିଷଦର ଗାୟକ ଭାଗବତ ବେହେରାଙ୍କ ନେତୃତ୍ୱରେ ଗୋପୀନାଥ ବାରିକ, ଶରତ ରାଉତ, ରମାକାନ୍ତ ବେହେରା, ନିରଂଜନ ପଣ୍ଡା ନିଶାଗ୍ରସ୍ତ ମଣିଷ କିପରି ଅସାମାଜିକ କାର୍ଯ୍ୟ କରିବା ସହିତ ନିଜର ଶାରିରୀକ ଓ ମାନସିକ କ୍ଷତି କରିଥାଏ ପାଲା ମାଧ୍ୟମରେ ବୁଝାଇଥିଲେ ।