ଘର ଭିତରେ ଠାକୁର ଘର
ପଙ୍କଜ କୁମାର ପାଣିଗ୍ରାହୀ :
ଅତ୍ୟନ୍ତ ସାଧାରଣ କଥା ଆଜି ସମୟର ଯେ ନୂତନ ଗୃହଟିଏ ତିଆରି କରିବାକୁ ହେଲେ ପ୍ରଥମେ ନକ୍ସା ପ୍ରସ୍ତୁତ କରାଯାଇ ଥାଏ । ନକ୍ସା ପ୍ରସ୍ତୁତକାରି ଜଣେ ଯନ୍ତ୍ରୀ (ଇଞ୍ଜିନିଅର) ହୋଇଥା’ନ୍ତି । ନକ୍ସାରେ କ’ଣ ତ୍ରୁଟି ରହିଛି କିମ୍ବା ଶାସ୍ତ୍ରୀୟ ହିସାବରେ ବିଭିନ୍ନ ସୁବିଧା ଅସୁବିଧା ତଥା ଭବିଷ୍ୟ ଉନ୍ନତ୍ତି ଗୁଡିକୁ ସମୀକ୍ଷା କରିଥା’ନ୍ତି ତନ୍ତ୍ରି (ବାସ୍ତୁସାଧକ) ଏବଂ ତା’ ପରେ ଘରଟିକୁ ପ୍ରତିଷ୍ଠା କରିଥା’ନ୍ତି ମନ୍ତ୍ରୀ (ମନ୍ତ୍ର ଉଚ୍ଚାରଣକାରୀ- ବ୍ରାହ୍ମଣ) । ଏକଥା ସର୍ବଜ୍ଞାତ ବିଷୟ । ଘରର ନକ୍ସା ଆମ ମନ ମୁତାବକ ହୋଇଥାଏ ଯେଉଁଥିରେ ଗୋଟିଏ ଠାକୁର ଘର ରହିବା ଅତ୍ୟନ୍ତ ଅନିବାର୍ଯ୍ୟ ହୋଇପଡେ ଘରର ରକ୍ଷକ ତଥା ମହିଳାଙ୍କ ଆତ୍ମସନ୍ତୋଷ ପାଇଁ । କେତେକ କ୍ଷେତ୍ରରେ ପୁରୁଷଙ୍କୁ ସେସବୁର ନିତାନ୍ତ ଆବଶ୍ୟକତା ରହୁନଥିବା ବେଳେ ପ୍ରାୟତଃ ୯୯ ଶତକଡାରୁ ଅଧିକ ମହିଳା ତାହା ପ୍ରତି ନିଶ୍ଚିତ ଧ୍ୟାନ ଦେଇଥା’ନ୍ତି ଯେ ଠାକୁର ଘରଟି ହେବ କେମିତି । ବି·ର କରି ଦେଖିବା ଯେ ଘର ଭିତରେ ଠାକୁର ଘରଟିଏ ମଣିଷର ଜୀବନ ଚର୍ଯ୍ୟାରେ ମଙ୍ଗଳ ସାଧିତ କରିଥାଏ କି ଅମଙ୍ଗଳ ?! ଆଉ ଠାକୁର ଘରଟିଏ ଘର ଭିତରେ ରଖି ଆମେ ଠାକୁରଙ୍କର ମର୍ଯ୍ୟାଦା ବୃଦ୍ଧି କରିଥାଉ ନା ତାଙ୍କ ପ୍ରତି ତାହା ଏକ ତାତ୍ସଲ୍ୟ, ଅପମାନ ସୂଚକ କାର୍ଯ୍ୟ ହୋଇଥାଏ ! ସାଧାରଣ ମଣିଷ ନିଜସ୍ୱ ବାସଗୃହ ମଧ୍ୟରେ ମନ୍ଦିରଟିଏ ସ୍ଥାପନ କରି ଭଗବାନଙ୍କୁ ଆୟତ୍ତାଧୀନ କରି ରଖିବା ଭଳି ଅସାଧାରଣ କାର୍ଯ୍ୟର ପରିଣାମ କ’ଣ ହୋଇଥାଏ ।
ପୂର୍ବ ସମୟରେ ହିନ୍ଦୁ ମାନଙ୍କୁ ଠାକୁର ପୂଜା କରିବାକୁ ହେଲେ ମନ୍ଦିରକୁ ଯିବାକୁ ପଡୁଥିଲା । ଆଜି କିନ୍ତୁ ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ମଣିଷର ସେହି ସମୟ ଆଉ ନାହିଁ ଯେ ଠାକୁର ପୂଜା କରିବା ପାଇଁ ଖାଲି ପାଦରେ ଅନେକ ଦୂର ·ଲି ·ଲି ଯିବାକୁ ପଡିବ ମନ୍ଦିରକୁ । ଅତ୍ୟାଧୁନିକ ମଣିଷ ଦୁନିଆର ସମସ୍ତ ବିଷୟ, ତଥ୍ୟ, ତତ୍ତ୍ୱକୁ ନିମିଷକ ମଧ୍ୟରେ ନିଜ ହାତପାଆନ୍ତାରେ କରାୟତ୍ତ କରି ପାରୁଥିବା ବେଳେ ଠାକୁରଙ୍କୁ ମଧ୍ୟ ଆୟତ୍ତାଧୀନ କରି ରଖିବାରେ କାହିଁକି ସମର୍ଥ ହେବ ନାହିଁ ! ତେଣୁ ଯେକୌଣସି ବର୍ଣ୍ଣ, ପ୍ରଜାତିର ମଣିଷଙ୍କ ଘର ଭିତରେ ଠାକୁର ଘରଟିଏ କରି ଇଚ୍ଛା ମୁତାବକ ଦେବା ଦେବୀଙ୍କୁ ଆୟତ୍ତକରି ରଖିଥିବା ଦେଖିବାକୁ ମିଳିବ ଆଜି ସମୟରେ ଯାହା ପୂର୍ବରୁ ହୋଇପାରୁ ନଥିଲା । ସେତେବେଳେ ଠାକୁରଙ୍କୁ କାକୁତି ମିନତୀ ହୋଇ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରାଯାଉଥିଲା । ଆଜି କି’ନ୍ତୁ ଜବରଦସ୍ତି ଘର ଭିତରେ ନିଜ ପାଖରେ ରଖି ବଳପୂର୍ବକ ଆଶୀର୍ବାଦ ହାସଲ କରିବା ଲକ୍ଷ ରଖି ଏମିତି କରାଯାଉଥିବା ଅନୁଭବ ହେଉଛି ଏହିସବୁ ଅନୈତିକ କାର୍ଯ୍ୟକଳାପ ଗୁଡିକୁ ଦେଖିଲେ । ପୂର୍ବକାଳ ସମୟର ଲୋକଙ୍କ ସେତିକି କ୍ଷମତା ନଥିଲା ବୋଲି ସେମାନେ ସେମିତି କରିପାରୁ ନଥିଲେ, ଆଉ ବର୍ତ୍ତମାନ ସମସ୍ତଙ୍କ କ୍ଷମତା ବୃଦ୍ଧି ହୋଇଯାଇଥିବା ହେତୁ ଠାକୁର ମାନଙ୍କୁ ନିଜ ଘର ଭିତରେ ବନ୍ଦୀ କରି ରଖାଯାଇ ପାରୁଛି ନା ଆଉ କିଛି ରହସ୍ୟ ରହିଛି ତନ୍ମଧ୍ୟରେ ବି·ର କରି ଦେଖିବା । ମନ୍ଦିରଟିଏ ତିଆରି କରି କୌଣସି ଧାତବ କିମ୍ବା କାଷ୍ଠ / ପାଷାଣ ନିର୍ମିତ ମୂର୍ତ୍ତିଟିଏ ଉପସ୍ଥାପନା କରିଦେଲେ ତାକୁ ମନ୍ଦିର ବୋଲି କୁହାଯାଇ ପାରିବ ନାହିଁ, ଯେ ପର୍ଯ୍ୟନ୍ତ ସେହି ନିର୍ଜୀବ ମୂର୍ତ୍ତିଟିକୁ ପ୍ରାଣ ପ୍ରତିଷ୍ଠା କରାଯାଇ ନାହିଁ । ଏହି କଥା ଆମ ନିଜସ୍ୱ ବକ୍ତବ୍ୟ ନୁହେଁ ବରଂ କେବଳ ହିନ୍ଦୁ ଧର୍ମ ସଂସ୍କୃତି ଆଧାରିତ, ଯାହା ହୁଏତ ସମସ୍ତେ ଜାଣିଥିବେ । ସର୍ବମଙ୍ଗଳ ଉଦେ୍ଦଶ୍ୟରେ ମନ୍ଦିର ନିର୍ମାଣ କରାଯାଇ ଭକ୍ତଙ୍କୁ ଆରାଧନା କରିବା ସୁଯୋଗ ଦିଆଯାଉଥିଲା ଯାହା ପାରିବାରିକ କ୍ଷେତ୍ର ଠାରୁ ଆରମ୍ଭ କରି ରାଷ୍ଟ୍ର ତଥା ବିଶ୍ୱ ମଙ୍ଗଳ ଦିଗରେ କାର୍ଯ୍ୟ କରିବା ଲକ୍ଷ ରହିଥିଲା ଆମ ପୂର୍ବଜଙ୍କ । ମନ୍ଦିର ପରିସର ମଧ୍ୟରେ ବ୍ୟାପକ ନିୟମ ସହିତ ଅତ୍ୟନ୍ତ ସ୍ୱଚ୍ଛ ପରିବେଶ ରହିଥିଲା ଯେଉଁଠି ଅଶୌଚ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ଥିଲା । ଏମିତିକି କୌଣସି ଅଶୌଚ ପରିସ୍ଥିତିରେ ମନ୍ଦିର ସମ୍ମୁଖ କିମ୍ବା ପାଶ୍ୱର୍ ଦେଇ ଗତି କରିବା ମଧ୍ୟ ବାରଣ ଥିଲା ଯାହା ସମସ୍ତ ହିନ୍ଦୁ ଧର୍ମାବଲମ୍ବୀ ଅତ୍ୟନ୍ତ ମାନ୍ୟତାର ସହିତ ଗ୍ରହଣ / କାର୍ଯ୍ୟକାରୀ କରୁଥିଲେ ।
ହୁଏତ ଉପସ୍ଥିତ ସମୟରେ ହିନ୍ଦୁ ଧର୍ମାବଲମ୍ବୀ ଆଉ ପୂର୍ବ ସଂସ୍କୃତି ଗୁଡିକୁ ଉପଯୁକ୍ତ ମାନ୍ୟତା ଦେଉନାହାନ୍ତି ? ନା ନିଜ ଆର୍ଥିକ କ୍ଷମତାର ଅଭିବୃଦ୍ଧି ହେତୁ ଭଗବାନଙ୍କୁ ଆଉ ଖାତିରି କରୁନାହାନ୍ତି ? ଉତ୍ତର ବିହୀନ ଅନେକ ପ୍ରଶ୍ନ ?! ହେଲେ ସାମାଜିକତା କାରଣରୁ ଭଗବାନଙ୍କୁ କିନ୍ତୁ ପୂଜା କରୁଛନ୍ତି ନିଶ୍ଚିତ । କି ପ୍ରକାର ମାନ୍ୟତା ଏହା ଯେ ଯେଉଁ ଠାକୁରଙ୍କୁ ଅଶୌଚ ଛାୟା ପଡିଗଲେ ଠାକୁର ଅପବିତ୍ର ହୋଇଯିବେ, କ୍ଷୁବ୍ଧ ହୋଇ ଅଭିଶାପ ଦେବେ ବୋଲି ରହିଥିବା ମାନ୍ୟତାକୁ ଆଜି ଏତେ ହତାଦର / ବେଖାତିରି ?!
ମୋ: ୯୪୩୭୩୨୪୯୧୭