ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

 କପ୍ତିପଦା:  କପ୍ତିପଦା ବ୍ଲକ ପଦ୍ମପୋଖରୀ ଗ୍ରାମରେ ଥିବା ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ଗଣିତ ଶିକ୍ଷକ ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ରାଉଳଙ୍କ ସଭାପତିତ୍ୱରେ ସମସ୍ତ ଶିକ୍ଷକ ଯୋଗ ଦେଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ୩ବର୍ଷର ଅଭିଜ୍ଞତା ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ଓ ବିଦାୟକାଳୀନ ସଂଗୀତ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
ଶ୍ରୀମା'ଙ୍କ ଜୟନ୍ତୀ ପାଳିତ