ପଲିଟେକ୍ନିକ କଲେଜରେ ବି.ଟେକ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ଦାବି

 ଜୟପୁର :ଜୟପୁର ବ୍ଲକ ଅମ୍ବାଗୁଡା ପଞ୍ଚାୟତରେ ୨୦୧୪ ମସିହାରୁ ସ୍ଥାପିତ ହୋଇଥିବା କୋରାପୁଟ ଜିଲ୍ଲା ବହୁବୃତ୍ତି ଶିକ୍ଷା ଅନୁଷ୍ଠାନ ପଲିଟେକ୍ନିକ କଲେଜରେ ଇଞ୍ଜିନିୟରିଙ୍ଗ ପାଠର ଉଚ୍ଚ ଶିକ୍ଷା ନିମନ୍ତେ ବି.ଟେକ ଏବଂ ଏମ୍.ଟେକ ପାଠ୍ୟକ୍ରମ ତୁରନ୍ତ ଆରମ୍ଭ କରିବାକୁ ବିଭିନ୍ନ ଅନୁଷ୍ଠାନମାନଙ୍କ ସହ ସାଧାରଣରେ ଦାବି ହୋଇଛି । କୋରାପୁଟ ଜିଲ୍ଲାରେ ଇଞ୍ଜିନିୟରିଂ ଶିକ୍ଷା ନେବା ପାଇଁ କେବଳ ଘରୋଇ ଶିକ୍ଷା ଅନୁଷ୍ଠାନମାନଙ୍କୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ବାସ୍ତବରେ ଘରୋଇ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନମାନେ ସରକାରଙ୍କ ଆଦେଶ ଅନୁଯାଇ କେତେ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷା ଦେବାର ବିଧି ଏବଂ ନିଦେ୍ର୍ଦଶ ରହିଥିଲେ ସୁଦ୍ଧା ଘରୋଇ ଅନୁଷ୍ଠାନ ଗୁଡିକ ସରକାରଙ୍କ ଆଦେଶର ଫୁ’ କରାଯାଉଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି । ଘରୋଇ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନ ଗୁଡିକରେ ବିଭିନ୍ନ ଆଳରେ ଫିସ୍ ଏବଂ ଅନ୍ୟାନ୍ୟ ଦେୟ ବାବଦକୁ ବହୁ ଅର୍ଥ ରାଶି ଶିକ୍ଷାର୍ଥୀଙ୍କ ଠାରୁ ଆଦାୟ କରୁଥିଲେ ସୁଦ୍ଧା ସଠିକ୍ ଭାବେ ଶିକ୍ଷକ ଯୋଗାଇ ଦେଉନଥିବାରୁ ଛାତ୍ରଛାତ୍ରୀ ଉଚିତ୍ ଏବଂ ସମ୍ପୂର୍ଣ୍ଣ ଶିକ୍ଷା ପାଇବାରୁ ବଞ୍ଚôତ ହେଉଛନ୍ତି । ଘରୋଇ ଇଂଜିନିୟରିଂ ଶିକ୍ଷା ଅନୁଷ୍ଠାନ ଗୁଡିକ ଜିଲ୍ଲାରେ ସରକାରୀ ବିଟେକ୍ ଏବଂ ଏମ୍ଟେକ ଇଂଜିନିୟରିଂ ଶିକ୍ଷା ଅନୁଷ୍ଠାନ ନ ଖୋଲିବା ପାଇଁ କେତେକ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଆପ୍ୟାୟିତ କରି ଏହାକୁ ବିଧାନସଭାରେ କିମ୍ବା ସଚିବସ୍ତରରେ ଦାବି ନ କରିବାକୁ ସମସ୍ତ ସୁବ୍ୟବସ୍ଥା କରିବା ସହ ନିର୍ବାଚନରେ ଆର୍ଥôକ ସହାୟତା ଯୋଗାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଉଚ୍ଚ ଶିକ୍ଷିତ କୋରାପୁଟ ଜିଲ୍ଲା ସାଂସଦ ଏବଂ ବହୁବାର ଜୟପୁର ଓ କୋରାପୁଟ ବିଧାନସଭା ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତଥାକଥିତ ନେତୃବର୍ଗ କୋରାପୁଟ ଜିଲ୍ଳା ଜୟପୁର ଠାରେ ଏକ ସରକାରୀ ଇଞ୍ଜିନିୟରିଂ କଲେଜ କରିବା ନିମନ୍ତେ କାହିଁକି ଦାବି କରୁନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଘରେଇ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠାତାଙ୍କ ଦ୍ୱାରା ଆପ୍ୟାୟିତ ହୋଇ ଚୁପ ବସି ନାହାନ୍ତି ତ ବୋଲି ସାଧାରଣରେ ସନେ୍ଦହ ଉଙ୍କି ମାରୁଛି । କୋରାପୁଟ ଜିଲ୍ଲା ଜୟପୁର ଅମ୍ବାଗୁଡା ଠାରେ ରହିଥିବା ବହୁବୃତ୍ତି ଶିକ୍ଷା ଅନୁଷ୍ଠାନ ପଲିଟେକନିକ କଲେଜରେ ସମସ୍ତ ସାଧନ ରହିଥିବା ହେତୁ ଚଳିତ ଶିକ୍ଷାବର୍ଷ ଠାରୁ ବି.ଟେକ୍ ଏବଂ ଏମଟେକ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଜୟପୁର ଠାରେ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଉଛି ।