ପାଇପ୍ ଚୋର ଗିରଫ

 ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ରଟିଣା ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବିଛା ଯାଇଥିବା ଜିଆଇ ପାଇପ୍କୁ କାଟି ଅଟୋରେ ବିକ୍ରି କରିବାକୁ ନେଉଥିବାବେଳେ ପାଇପ୍ ଚୋରଙ୍କୁ ଗ୍ରାମବାସୀମାନେ ଧରି ଖଇରା ପୁଲିସକୁ ହସ୍ତାନ୍ତର କରିଛନ୍ତି । ଧରାପଡିଥିବା ଚୋରଙ୍କ ମଧ୍ୟରେ ଗାଡି ଡ୍ରାଇଭର ରଞ୍ଜନ କୁମାର ସିଂ ଓ ଅନ୍ୟ ବାଂଲାଦେଶୀ ଯୁବକ ରହିଛନ୍ତି । ଚୋରିର ମୁଖ୍ୟସୁତ୍ରଧର ରଟିଣା ବାସିନ୍ଦା ହୋଇଥିବା ବେଳେ ସେ ଫେରାର ଅଛି । ବର୍ତ୍ତମାନ ରଟିଣା ଅଞ୍ଚଳରେ ୮୦କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କାମ ଚଲିଥିବା ବେଳେ ଏହି ର୍ୟାକେଟ ପ୍ରତ୍ୟେକ ରାତିରେ ଜିଆଇ ପାଇପକୁ କାଟି ଜଣେ ବ୍ୟକ୍ତିଙ୍କ ଘରେ ଜିମା ରଖି ସୁବିଧା ଅନୁସାରେ ବିକ୍ରି କରିବାକୁ ନେଉଥିଲେ ।