ଟ୍ରେନରେ କଟି ଶ୍ରମିକଙ୍କ ମୃତୁ୍ୟ
ାା ପ୍ରଭାନୁ୍ୟଜ ।ା ଦାନଗଦୀ: ନୀଳାଚଳ କାରଖାନାକୁ କାର୍ଯ୍ୟ କରିବାକୁ ଆସୁଥିବା ଜନୈକ ଶ୍ରମଜୀବୀଙ୍କ ଗତକାଲି ରାତିରେ ଟ୍ରେନ୍ରେ କଟି ମୃତୁ୍ୟ ଘଟିଛି । ମୃତ ଶ୍ରମଜୀବୀ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତୀ ଗ୍ରାମର ଶଶୀଭୂଷଣ ଭୂୟାଁ (୫୦) ହୋଇଥିବା ବେଳେ ସେ ନୀଳାଚଳ କାରଖାନାକୁ ରାତି ସିଫ୍ଟ କାମ କରିବା ପାଇଁ ଆସୁଥିଲେ । ସୁକିନ୍ଦାରୋଡ଼ -ବାଘୁଆପାଳ ରେଳ ଷ୍ଟେସନ ମଝିରେ ଥିବା ସାରଙ୍ଗପୁର (ଡଙ୍କା ଗାଡ଼ିଆ) ନିକଟରେ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ତଳରେ ତାଙ୍କର ମୃତୁ୍ୟ ଘଟିଥିଲା । ରେଳବାଇ ପୁଲିସ ଖବର ପାଇ ଘଟଣା ସ୍ତଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।