୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗୋଛପଡ଼ା ଥାନା ଅନ୍ତର୍ଗତ ବାଳନ୍ଦାପଡା ପଞ୍ଚାୟତର କଞ୍ଜାମାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଚଢ଼ଉ କରି ୩୪ଟି ଜରି ଅଖା ବିଶିଷ୍ଟ ଗଞ୍ଜେଇ ବସ୍ତା ଜବତ କରିଛି । ୩୪ଟି ବସ୍ତାରୁ ମୋଟ ୮କ୍ୱିଣ୍ଟାଲ ୫୦ କେ.ଜି ଗଞ୍ଜେଇ ରହିଥିବା ଜଣାପଡିଛି । ଯାହାର ହାହାହାରି ମୂଲ୍ୟ ୮୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ର ଇନିସ୍ପକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଭବାନୀ ଶଙ୍କର ସେଠୀ, ବିନୋଦ କୁମାର୍ ବସ୍କ, ପ୍ରକାଶ କୁମାର୍ ମଲ୍ଲିକ, ସୁମିତ୍ରା ଦଳେଇ ପ୍ରମୁଖ ଏହି ଚଢାଉ କାର୍ଯ୍ୟରେ ସାମିଲ ହୋଇଥିଲେ । ଟିମ୍ ଗୋଛାପଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ସୂତ୍ରରୁ ଖବର ପାଇ ଜଙ୍ଗଲରେ ଚଢ଼ାଉ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଜଙ୍ଗଲ ମଧ୍ୟରେ ଉକ୍ତ ୮୫ କିଲୋଗ୍ରାମ ଗଞ୍ଜେଇ ଗଛ ଡ଼ାଳ ମାନ ଘୋଡାଇ ବିକ୍ରି ପାଇଁ ଲୁଚେଇ ରଖା ଯାଇଥିଲା । ଏ ନେଇ ଏକ ମାମଲା ୧/୨୫ ରେ ରୁଜୁ କରିଛି ଅବକାରୀ ବିଭାଗ ବୋଲି ସୂଚନା ଦେଇଛନ୍ତି ।