ସାଂସଦ ଓ ବିଧାୟକଙ୍କୁ ଶୁଭେଚ୍ଛା
ବନ୍ତ: ନିର୍ବାଚନ ପରେ ସାଂସଦ ଓ ବିଧାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । କଟକ ସାଂସଦଙ୍କୁ ଜନ୍ମ ମାଟିରୁ ଶୁଭେଚ୍ଛା ଜଣାଯାଇଛି । ଆଗରପଡ଼ା ମାଟିର ପୁଅ ତଥା ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉକ୍ରଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭର୍ତ୍ତୃହରି ମହତାବ ଲଗାତାର ସପ୍ତମ ଥର ପାଇଁ କଟକରୁ ଲୋକସଭାକୁ ର୍ନିବାଚିତ ହୋଇଥିବାରୁ ଜନ୍ମମାଟି ଆଗରପଡ଼ାରୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସଂଗେ ସଂଗେ କଟକ ସଂସଦୀୟ କ୍ଷେତ୍ରର ଭୋଟର ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶଥାଉକି, ଭତ୍ତୃହରି ସଂସଦରେ ନିଜର ପାରଦର୍ଶିତା, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ଅଧକ୍ଷ ଓ ସଂସଦ ପରି·ଳନା ଉକ୍ରର୍ସତା ପାଇଁ ଉକ୍ରୃଷ୍ଟ ସାଂସଦ ମହାରତ୍ନ ଭାବେ ଭାରତ ସରକାରଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଭର୍ତ୍ତୃହରିଙ୍କ ସହିତ ଭଦ୍ରକର ନବ ନିର୍ବାଚିତ ଯୁବ ସାଂସଦ ଅଭିମନ୍ୟୁ ସେଠୀ ଏବଂ ଭଣ୍ଡାରିପୋଖରୀ ନବ ନିର୍ବାଚିତ ବିଧାୟକ ସଂଜୀବ ମଲ୍ଲିକଙ୍କୁ ବିଭିନ୍ନ ସାମାଜିକ ସଙ୍ଗଠନ ଯଥା ଲୋକଶକ୍ତି, ସିଏଫଡ଼ବ୍ଲୁ୍ୟଏସଡି, ଜଗତଜ୍ୟୋତି, ଝାନ୍ସିରାଣୀ ଧବଳେଶ୍ୱର ମହିଳା ମହାସଙ୍ଘ, ଯୁବକ ସଙ୍ଘ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।