ପିସିସି କମିଟିରେ ସସ୍ମିତା ଉପସଭାପତି ଓ ବିଜୟା ନନ୍ଦ ସାଧାରଣ ସଂପାଦକ
ଛେଣ୍ଡିପଦା : ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନକ୍ରମେ ନବଗଠିତ ପ୍ରଦେଶ କଂଗ୍ରେସ କମିଟିରେ ଅନୁଗୋଳ ଜିଲ୍ଲାର ଦୁଇ ଜଣ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ନିଜର ଟିମ୍ ପାଇଁ ସାତ ଜଣ ଉପସଭାପତି ରଖିଥିବାବେଳେ ସେଥିମଧ୍ୟରୁ ଇଞ୍ଜିନିୟରିଂ ସସ୍ମିତା ବେହେରା ରହିଥିବାବେଳେ ଦଶଜଣ ସାଧାରଣ ସଂପାଦକ ମଧ୍ୟରେ ବିଜୟା ନନ୍ଦ ଚାଉଳିଆଙ୍କୁ ମଧ୍ୟ ମନୋନୀତ କରାଯାଇଛି । ତେବେ ଅନୁଗୋଳ ଜିଲ୍ଲାରୁ ଏଥର ଦୁଇ ଜଣ ନେତାଙ୍କୁ ଦାୟିତ୍ୱ ମିଳିଥିବାରୁ ଅନୁଗୋଳ ଜିଲ୍ଲା କଂଗ୍ରେସରେ ଉତ୍ସାହ ବଢ଼ିଯାଇଥିବା କୁହାଯାଉଛି । ଉଲ୍ଲେଖ ଯେ, ଶ୍ରୀମତି ବେହେରା ପୂର୍ବରୁ ଅନୁଗୋଳ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସହିତ ତାଳଚେର ବ୍ଲକର ଅଧ୍ୟକ୍ଷ ଥିଲେ । ତା’ ସହିତ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସାଙ୍ଗକୁ ଏଆଇସିସି ସଭ୍ୟ ଥିଲେ । ଏବଂ ଢେଙ୍କାନାଳ ଲୋକସଭାର ପ୍ରାର୍ଥôନୀ ଥିଲେ । ସେହିପରି ବିଜୟା ନନ୍ଦ ଚାଉଳିଆ ପୂର୍ବରୁ ପିସିସି ସେଲ୍ରେ ଥିବା ଓବିସି ସେଲ୍ର ଅଧ୍ୟକ୍ଷ ଥିଲେ । ଦୁଇ ନେତା ନିଜର କାର୍ଯ୍ୟକୁ ଠିକ୍ ଭାବରେ ପରିଚାଳନା କରି ନିଜର ଦକ୍ଷତା ପ୍ରତିପାଦନ କରିପାରିଥିବାରୁ ଆଉ ଗ୍ରାସ ରୁଟରୁ ସଂଗଠନ ମଜଭୁତ କରିଥିବାରୁ ପିସିସି ସଭାପତି ନିଜର ଟିମ୍ରେ ସେମାନଙ୍କୁ ସାମିଲ କରିଥିବାରୁ ଅନୁଗୋଳ ଜିଲ୍ଲାର କଂଗ୍ରେସ୍ କର୍ମୀମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ତେବେ ଏହି ରାଜ୍ୟସ୍ତରୀୟ ଦୁଇ ଜଣ ନେତା ଓ ନେତ୍ରୀ ଯୋଗୁଁ କଂଗ୍ରେସ ଅନୁଗୋଳ ଜିଲ୍ଲାରେ ଏକ ପରିବର୍ତ୍ତନ ଆଣିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାନି ।