ସରପଞ୍ଚଙ୍କ ପିତାଙ୍କ ଦେହାନ୍ତ 

 ରାଜନଗର  : ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡାଙ୍କ ପିତା ପର୍ଶୁରାମ ପଣ୍ଡାଙ୍କର ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ତଳେ ସେ ଅସୁସ୍ଥ ହେବା ପରେ ତାଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିସôିତ ହେଉଥିବା ସମୟରେ ସୋମବାର ଅପରାହ୍ନରେ ମୃତୁ୍ୟବରଣ କରିଛନ୍ତି । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ପୁଅ ତଥା କଟକ ନିଆଳି ବ୍ଲକର ବିଡିଓ ଧର୍ମାନନ୍ଦ ପଣ୍ଡାଙ୍କ ସହ ପୁଅ ବୋହୂ, ଝିଅ ଜ୍ୱାଇଁ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ମୃତୁ୍ୟରେ ବିଧାୟକ ଧୃବ ସାହୁ, ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଶୋକବ୍ୟକ୍ତ କରିଛନ୍ତି ।