ନିତ୍ୟ ଯୋଗ କକ୍ଷର ସ୍ୱନକ୍ଷତ୍ର ଦିବସ ପାଳନ

 ବ୍ୟାସନଗର : ରବିବାର ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପତଞ୍ଜଳି ପରିବାର ତରଫରୁ ନିତ୍ୟ ଯୋଗ କକ୍ଷର ତୃତୀୟ ସ୍ୱନକ୍ଷତ୍ର ଦିବସ, ରାମ ନବମୀ ଓ ଦୀକ୍ଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପତଞ୍ଜଳୀ ଭାରତ ସ୍ୱାଭିମାନ ଟ୍ରଷ୍ଟ ଯାଜପୁର ଶାଖା ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ପ୍ରଥମେ ପ୍ରାତଃ ୬.୦୦ ଟା ସମୟରେ ବିଶ୍ୱଶାନ୍ତି ପାଇଁ ନବକୁଣ୍ଡୀÿୟ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ୯ ଜଣ ସଦସ୍ୟ ସର୍ବଶ୍ରୀ ବିବେକାନନ୍ଦ ଜେନା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଭୀଷଣ ନାୟକ, ପିତବାସ ସାହା, ପ୍ରଦୀପ କୁମାର ସାମଲ, ବିଜୟ କୁମାର ନାଥଶର୍ମା, ସ୍ମୃତି ରଞ୍ଜନ ରାଉତ, ନୃପମଣି ସାହୁ, ସୈାରଭମୟ ଦାଶ, ପ୍ରଭାତ କୁମାର ତ୍ରିପାଠୀ, ସୁବଳ ସେନାପତି ପ୍ରଭୃତି ନିଜ ନିଜର ସହଧର୍ମିଣୀଙ୍କ ସହିତ ନବକୁଣ୍ଡୀÿୟ ଯଜ୍ଞରେ ଅଂଶ ଗ୍ରହଣ କରିଥିଲେ । ଯଜ୍ଞର ପୁରୋହିତ ରୂପରେ ଦେବେନ୍ଦ୍ର କୁମାର ପାଣିଗ୍ରାହୀ ଯୋଗ ଦେଇ ବୈଦିକ ମତେ ମନ୍ତ୍ରୋଚ୍ଚାରଣ ପୂର୍ବକଯଜ୍ଞ କାର୍ଯ୍ୟ ସମ୍ପାଦନ କରାଇଥିଲେ । ପରେ ଯୋଗ କକ୍ଷର ଶତାଧିକ ସଦସ୍ୟ ଗୁରୁଦକ୍ଷିଣା ପ୍ରଦାନ କରି ଦୀକ୍ଷା ଦିବସ ପାଳନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାର୍ଥନା ସହିତ ନାମ ସଂକୀର୍ତ୍ତନ କରାଯାଇଥିଲା । ଶ୍ରୀଧର ବେହେରା, ଦିଲ୍ଲୀପ କୁମାର ଦଳାଇ, ରଶ୍ମିରଞ୍ଜନ ରାଉତ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।