ପ୍ରହଲ୍ଲାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ରଟିଣା ସ୍ଥିତ ପ୍ରହଲ୍ଲାଦ ପ୍ରସାଦ ସରକାରୀ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ ସଭା, ସମ୍ବର୍ଦ୍ଧନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ ଗଦାଧର ଦାସ ମୁଖ୍ୟଅତିଥି, ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ମୁଖ୍ୟବକ୍ତା, ସରପଞ୍ଚ ବାସନ୍ତୀଲତା ମହାନ୍ତି, ସମିତିସଭ୍ୟା ଛବିଲତା ମହାପାତ୍ର, ଆଲୁମିନି ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି ଓ ପରିଚାଳନା କମିଟି ସଭାପତି ରାଧାଶ୍ୟାମ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ନିରଞ୍ଜନ ଦାଶ ବିବରଣୀ ପାଠ ଓ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।