ଆଦର୍ଶ ସ୍କୁଲ ପରୀକ୍ଷାରେ ରଜତରାଜ ବ୍ଲକ୍ ଟପ୍ପର
କାକଟପୁର: କାକଟପୁର ବ୍ଲକ ଅଧିନସ୍ଥ ଅଶିଜଙ୍ଗା ପ୍ରାଥମିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ରଜତରାଜ ବେହେରା ଓଡିÿଶା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ନିମନ୍ତେ ପରୀକ୍ଷାରେ ସର୍ବାଧିକ ୫୨ ନମ୍ବର ରଖି କାକଟପୁର ବ୍ଲକ୍ରେ ଟପ୍ପର ହୋଇଛନ୍ତି । ରଜତ ଅସିଜଙ୍ଗା ଗ୍ରାମର ସ୍ୱର୍ଗତ ମାଧବାନନ୍ଦ ବେହେରା ରାଜ୍ୟପାଳ ପୁରସ୍କୃତ ଶିକ୍ଷକଙ୍କ ନାତି ଅଟନ୍ତି । ଏହି କୃତକାର୍ଯ୍ୟ ପାଇଁ ସେ ପ୍ରଥମେ ତାଙ୍କର ଗାଇଡ ଶିକ୍ଷୟିତ୍ରୀ ମଧୁସ୍ମିତା, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଜେଜେମା ଓ ପିତା ମାତାଙ୍କୁ ଶ୍ରେୟ ଦେଉଥିବା ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।