ପ୍ରଦୂଷିତ ହେଉଛି ନଈ ନାଳ,ସଙ୍କଟରେ ପ୍ରାଣୀ ଜଗତ


 ଭଣ୍ଡାରିପୋଖରୀ, :  ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବିଭିନ୍ନ ଛୋଟବଡ ନାଳର ପାଣି ଦିନକୁ ଦିନ ପ୍ରଦୂଷିତ ହେବାକୁ ଲାଗିଛି । ଫଳରେ   ନାଳ ପାଶ୍ୱର୍ବର୍ତ୍ତୀ ସ୍ଥାନ ଗୁଡିକୁ ଦୈନିକ ·ରଣ ପାଇଁ ଯାଉଥିବା ଗାଈ ଗୋରୁଙ୍କ ଜୀବନ ଏବେ ସଂକଟରେ ପଡୁଛି । ସୂଚନା ମୁତାବକ ରାମଚନ୍ଦ୍ରପୁର ପଞ୍ଚାୟତ ପର୍ବତୀ ଛକ ନିକଟରେ ଶୀତଳ ଭଣ୍ଡାରରୁ ରୂପାନ୍ତରିତ ହୋଇଥିବା ସ୍ଥାନରେ ଏବେ ବୃହ ଛତୁ ବ୍ୟବସାୟ ·ଲିଛି । ପ୍ରାୟ ୧୦ବର୍ଷ ପୂର୍ବରୁ ସରକାରଙ୍କ ରିହାତି ଋଣ ବାବଦୀୟ ଅନୁଦାନରୁ ଜନୈକ ବ୍ୟକ୍ତି ଏଠାରେ ଶୀତଳ ଭଣ୍ଡାର ର୍ନିମାଣ କରିଥିଲେ । ·ଷୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାରେ ଉତ୍ପାଦନ ହେଉଥିବା ପନିପରିବା, ଆଳୁ ଓ ପିଆଜକୁ ଏଠାରେ ସଂଗ୍ରହୀତ ରଖିବା ପାଇଁ ଲକ୍ଷ୍ୟ ରହିଥିଲେ ସୁଦ୍ଧା ତାହା କିନ୍ତୁ ସ୍ୱପ୍ନ ହୋଇଯାଇଛି । ସେ ଯାହାବି ହେଉ କେଉଁ ପରିସ୍ଥିତିରେ ଶୀତଳ ଭଣ୍ଡାରରୁ ରୂପାନ୍ତରିତ ହୋଇ ଏଠାରେ ଛତୁ ଉତ୍ପାଦନ କେନ୍ଦ୍ର ଖୋଲାଗଲା ତାହା ତଦନ୍ତ ସାପେକ୍ଷ ଥିବା ବେଳେ ଏଥିଯୋଗୁ ଅ ।ଖପାଖ ନାଳ ଗୁଡିକର ପାଣି ପ୍ରଦୂଷିତ ହେଉଥିବା ଜଣାପଡିଛି । ଛତୁ ଉତ୍ପାଦନ ପାଇଁ ଦୈନନ୍ଦିନ ଟ୍ରିପ ଟ୍ରିପ ଛଣ ପାଣିରେ ଭିଜା ଯିବା ପରେ ସେହି ଜଳକୁ ସ୍ଥାନୀୟ ନାଳକୁ ଛଡା ଯାଉଛି । ଏହାଛଡା ଉତ୍ପାଦନ କେନ୍ଦ୍ରରୁ ବିଭିନ୍ନ ରାସାୟନିକ ଯୁକ୍ତ ପାଣି ମଧ୍ୟ ନାଳକୁ ନିର୍ଗତ ହେଉଥିବା ଜଣାପଡିଛି । ଫଳରେ ଡ୍ରେନେଜ ନାଳ ସମେତ ପର୍ବତୀ ସାଇଫନ ନିକଟରେ ପ୍ରଦୂଷିତ ପାଣି ଦିନ ଦିନ ଧରି ଜମି ରହୁଛି । ଗଛିତ ପାଣି କଳା ଭଅଁର ଭଳି ଦିଶୁଛିୟ ଗୋରୁଗାଈ ମାନେ ·ରଣ ପାଇଁ ଆସି ଏହି ପାଣି ପିଉଥିବା ବେଳେ ଏଥିଯୋଗୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ବୋଲି କୁହାଯାଉଛି । ସେହିଭଳି ଛତାବର ଟୋଲ ଗେଟ ନିକଟରେ ଗଢି ଉଠିଥିବା ଦୁଇ ତିନୋଟି କ୍ଷୁଦ୍ର ଉଦ୍ୟୋଗରୁ ମଧ୍ୟ ବିଷାକ୍ତ ପାଣି ର୍ନିଗତ ହୋଇ ସ୍ଥାନୀୟ ନାଳ ଗୁଡିକ ପୂରିଯାଉଛି । ଏହାଛଡା ବ୍ଲକ ଅଞ୍ଚଳରେ ଅନେକ ରାଇସମିଲ, ଖଣିଜ ଉଦ୍ୟୋଗ ଓ ଚୋରା କୋଇଲା ବ୍ୟବସାୟ କେନ୍ଦ୍ର ମାନଙ୍କରୁ ବିଭିନ୍ନ ସମୟରେ ବିଷାକ୍ତ ପାଣି ଆସି ନଈ ନାଳରେ ପ୍ରବାହିତ ହେଉଛି । ଏହାଦ୍ୱାରା ଜଳ ପ୍ରଦୂଷିତ ହେଉଥିବା ବେଳେ ଗାଈ ଗୋରୁଙ୍କ ସମେତ ଅନ୍ୟାନ୍ୟ ପ୍ରାଣୀ ଜଗତ ପ୍ରଭାବିତ ହେଉଛନ୍ତି । ତେଣୁ ଏହା ଉପରେ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।