ପିଙ୍ଗଲରେ ଜିଲାସ୍ତରୀୟ ବନମହୋତ୍ସବ
ଯାଜପୁର,: ବୁଧବାର ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୫ତମ ଜିଲାସ୍ତରୀୟ ବନମହୋତ୍ସବ ପାଳିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଏବଂ ସୁକିନ୍ଦା ବନାଞ୍ଚଳ, କଟକ ବନଖଣ୍ଡ ମିଳିତ ଆନୁକୁଲ୍ୟରେ ବନମହୋତ୍ସବ ‘ଏକ ପେଡ ମା’ କେ ନାମ’ ମା’ ପାଇଁ ଗଛଟିଏ ଲଗାଇବାକୁ ଅତିଥି ଭାବେ ଯୋଗ ଦେଇଥିବା ସମବାୟ, ରେଶମ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଡ.ପ୍ରଦୀପ ବଳ ସାମନ୍ତ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ପରିବେଶ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ପ୍ରତ୍ୟେକ ବ୍ୟକ୍ତି ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଆଣିବା ଲାଗି ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଜନସଚେତନତା ସୃଷ୍ଟି କରିବାକୁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସୁଧାଂଶୁ ଶେଖର ଖରା, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ, ପି.ଅର୍ଥନାରି, ବନଖଣ୍ଡ ଅଧିକାରୀ, କଟକ ବନଖଣ୍ଡ,ଏମାଧବୀ ଲତା, ସହକାରୀ ବନ ସଂରକ୍ଷକ, କଟକ ବନଖଣ୍ଡ, ହିମାଂଶୁ ଶେଖର ପୃଷ୍ଟି, ବନାଞ୍ଚଳ ଅଧିକାରୀ ସୁକିନ୍ଦା ଏବଂ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ପୀଙ୍ଗଲ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ବୃକ୍ଷ ରୋପଣର ଆବଶ୍ୟକତା ଓ ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମନ୍ତ୍ରୀ ଉଲ୍ଲେଖନୀୟ ବନସେବା ପାଇଁ ମା’କଳା ବାଇ ବନ ସୁରକ୍ଷା ସମିତି, ନାଳଦାଙ୍କୁ ମାନପତ୍ର ଓ ୨୦ହଜାର ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ବିଦ୍ୟାଳୟ ପରିସରରେ ମନ୍ତ୍ରୀ ଏବଂ ଅତିଥି ପଣସ, ପେସ୍ତା, ଚମ୍ପାଫୁଲ, ବଉଳ, ଅଁଳା, କରମଙ୍ଗା ଏବଂ ମେହେଗାନି ଚାରା ରୋପଣ କରିଥିଲେ । ଏହା ପରେ ମନ୍ତ୍ରୀ ସାନପିଙ୍ଗଲ ଠାରେ ମା’ହିଙ୍ଗୁଳା ମନ୍ଦିର ନିକଟରେ କମୁ୍ୟନିଟି ସେଣ୍ଟର ଉଦଘାଟନ କରିବାସହ ଭାରତୀ ବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହରିପୁର ଓ ଠାରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ଅନୁକୂଳ ଆଣିବା ପାଇଁ ନିଜେ ବୃକ୍ଷ ରୋପଣ କରିବାସହ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ଉଦ୍ବୋଧନ ରଖିଥିଲେ ।