୧୦ ଦିନରେ ପହଞ୍ଚିଲା ଶ୍ରମିକମାନଙ୍କ ଆନେ୍ଦାଳନ  : "ସବୁଜ ସଙ୍କେତ ନ ମିଳିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ'

ପାରାଦୀପ : ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ (ଏଏମଏନଏସ) ଇଣ୍ଡିଆ କମ୍ପାନୀରେ କାମ କରିଆସୁଥିବା ଶ୍ରମିକମାନଙ୍କ ମୌଳିକ ସମସ୍ୟା ସମ୍ପର୍କିତ ଦାବିକୁ ନେଇ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ସଭାପତି ପ୍ରକାଶ ତ୍ରିପାଠିଙ୍କ ନେତୃତ୍ୱରେ ଏପ୍ରିଲ ୨୮ ତାରିଖରୁ କ୍ରମାଗତ ୧୦ ଦିନ ଧରି ଶାନ୍ତିପୂର୍ଣ୍ଣ ପ୍ରତୀକାତ୍ମକ ଆନେ୍ଦାଳନ ଜାରି ରଖିଛି । ତେବେ ବୁଧବାର ସକାଳ ୭ଟା ସମୟରୁ ୮ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଡୁ୍ୟଟି ସମୟ ପୂର୍ବରୁ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ  ନାରାବାଜି କରିଥିବା ବେଲ ସଂଘର ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା ଶ୍ରମିକଙ୍କ ବିଭିନ୍ନ ଦାବି ସମ୍ପର୍କରେ ଅଭିଭାଷଣ୍  ଦେଇଥିବା ବେଳେ ସଂଘର ସମ୍ପାଦକ ରନôାକର ଜେନା ଶ୍ରମିକମାନଙ୍କର ବିଭିନ୍ନ ଅଭାବ ଅସୁବିଧା ଓ ନ୍ୟାୟୋଚିତ ଦାବି ସମ୍ପର୍କରେ ବକ୍ତବ୍ୟ ଦେବା ସହ କମ୍ପାନୀର ଶ୍ରମିକ ମାରାନ ନୀତିକୁ କଟୁ ସମାଲୋଚନା କରିଥିଲେ । ସେହିଭଳି  ଦଶ ଦିନ ଧରି ଜାରି ରହିଥିବା ଶ୍ରମିକମାନଙ୍କ ଶାନ୍ତିପୂର୍ଣ୍ଣ ପ୍ରତୀକାତ୍ମକ ଆନେ୍ଦାଳନକୁ କମ୍ପାନୀ କର୍ତ୍ତୃପକ୍ଷ୍ ଭ୍ରୁକ୍ଷେପ ନ କରିବା ହେତୁ ଆଜିଠାରୁ ଡୁ୍ୟଟି ସମୟରେ  ଶ୍ରମିକମାନେ ପ୍ରତ୍ୟେକ ସିପ୍ଟରେ ଦୁଇ ଘଣ୍ଟା ଧରି କାର୍ଯ୍ୟ ବନ୍ଦ କରିବାକୁ ସଂଘର ନେତାମାନେ ଘୋଷଣା କରିଥିବା ଜଣାପଡିଛି  ।  ଅପର ପକ୍ଷେ ଯେ ପର୍ଯ୍ୟନ୍ତ ଶ୍ରମିକମାନଙ୍କ ସମସ୍ୟାଗୁଡ଼ିକ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା  ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷ୍ୟରୁ ଯେ ପର୍ଯ୍ୟନ୍ତ ସବୁଜ ସଂକେତ ନ ମିଳିଛିସେ ପର୍ଯ୍ୟନ୍ତ ଶ୍ରମିକମାନଙ୍କ ଏହି ଆନେ୍ଦାଳନ ଜାରି ରହିବ ବୋଲି ସଙ୍ଘ ସଭାପତି ପ୍ରକାଶ ତ୍ରିପାଠୀ କଡା ଚେତାବନି ଶୁଣାଇଛନ୍ତି ।