ବଢୁଛି ଗୋ ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବି
ନିଆଳି: ନିଆଳି ଅଞ୍ଚଳରେ ଦିନକୁ ଦିନ ଭାବେ ବଢ଼ି ଚାଲିଛି ଗୋଚାଲାଣ । ଭିନ୍ନ ଭିନ୍ନ ଉପାୟରେ ପୁଲିସକୁ ଚକମା ମାଫିମାନେ ବେଧଡକ ଭାବେ ଗୋଚାଲାଣ କରୁଛନ୍ତି । ବିଳାଶୁଣୀ ଶିଖର ଘାଟ ନଦୀବନ୍ଧ ଓ ଚାରି ଛକ କଳା ପାଞ୍ଚଣ ଦେଇ ବନମାଳୀପୁର କେନାଲ ବନ୍ଧରେ ପ୍ରତ୍ୟେକ ଦିନ ଗୋ ଚାଲାଣ ହୋଇଥିବା ଦେଖିବାକୁ ମିଳିଛି । ନିଆଳି ଥାନା ଆଇଆଇସି ବିଜୟ କୁମାର ମଲିକ ଗୋ ଚାଲାଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ଜେଲ ପଠାଇଲେ ମଧ୍ୟ ସୁଧୁରୁନାହାନ୍ତି ଗୋଚାଲାଣକାରୀ । ତେଣୁ ପୋଲିସ ଏଥିପ୍ରତି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି ।