ପ୍ରାଣୀ ଚିକିସôାଧିକାରୀଙ୍କ କଳାବ୍ୟାଜ୍ ପରିଧାନ
ଖଣ୍ଡପଡ଼ା: ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ବିଭିନ୍ନ ଦାବି ନେଇ ପ୍ରାଣୀ ଚିକିସôକମାନେ ସୋମବାର ଠାରୁ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ଆରମ୍ଭ କରିଥିବା ଜଣାଯାଇଛି । ଖଣ୍ଡପଡ଼ା ପ୍ରାଣୀ ଚିକିସôାଳୟରେ କାର୍ଯ୍ୟରତ ଚିକିସôାଧିକାରୀ ଓ ସହ ଚିକିସôାଧିକାରୀ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଦାବି ମଧ୍ୟରେ ଅନ୍ୟ ଡାକ୍ତରଙ୍କ ପରି ପ୍ରାଣୀ ଚିକିସôାଧିକାରୀଙ୍କୁ ସମସ୍ତ ସୁବିଧା ପ୍ରଦାନ ସହ ଠିକ ସମୟରେ ପଦୋନ୍ନତି ପ୍ରଦାନ କରିବା, ପଶୁପାଳକଙ୍କ ସେବା ପାଇଁ ନିରାପଦ ଓ ସମନ୍ୱିତ ପରିବେଶ ସୃଷ୍ଟି କରିବା,ମହିଳା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା,ପଶୁ ଚିକିସôାଳୟଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ ସହ ପଶୁ ଚିକିସôା ନିମନ୍ତେ ନିରାପତ୍ତା ପରିବେଶ ଯୋଗାଇ ଦେବା ଆଦି ଦାବି ନେଇ ପଶୁ ଚିକିସôାଧିକାରୀମାନେ ଆନେ୍ଦାଳନକୁ ଓହ୍ଲାଇଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ଦାବି ଗୁଡିକ ପୂରଣ ଦିଗରେ ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଜଣାଇଛନ୍ତି ।