ବରିଷ୍ଠ ନାଗରିକ ମଞ୍ଚର ବୈଠକ

 ବଡ଼ସାହି: ବଡ଼ସାହି ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ସଭାପତି ସୁନିଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ପକ୍ଷରୁ ଚାରା ରୋପଣ, ଆସନ୍ତା ସ୍ୱାଧୀନତା ଦିବସ ପାଳନ, ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବର ପ୍ରାକ୍ ପ୍ରସ୍ତୁତି, ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ, ଏକ ଚକ୍ଷୁ ଚିକିସôା ଶିବିର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା । ସମ୍ପାଦକ ରନôାକର ପାତ୍ର ଆୟବ୍ୟୟର ବୀବରଣୀ ପ୍ରଦାନ କରିଥିଲେ । ସଦସ୍ୟ ମହେଶ୍ୱର ସେନାପତି, ସୁବୋଧ କୁମାର ଦାସ, ମନୋରଞ୍ଜନ ବଳା, ଅଶୋକ କୁମାର ବେହେରା, ସୁଷମା ପାତ୍ର ଏବଂ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।