ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ଓ ଏହାର ପ୍ରତିକାର
ହିମାଂଶୁ ଶେଖର ଆ·ର୍ଯ୍ୟ :
ପୂର୍ବରୁ ପଶ୍ଚିମ,ଉତ୍ତରରୁ ଦକ୍ଷିଣ । ବଢିଚାଲିଛି ରାଜ୍ୟରେ ନାରୀ ନିର୍ଯାତନା । ରାତିପାହିଲେ ଗଣଦୁଷ୍କର୍ମ ଓ ଅସଦାଚରଣ ଗଣମାଧ୍ୟମର ଶିରୋନାମା ପାଲଟିଛି, ଯେଉଁ କାରଣରୁ ମହିଳାଙ୍କ ମନରେ ପ୍ରଶ୍ନ ଉଠିଲାଣି ସତରେ କଣ ଓଡିଶା ନାରୀମାନଙ୍କ ପାଇଁ ଏତେ ଅସୁରକ୍ଷିତ । ବାଲେଶ୍ୱରର ସୈାମ୍ୟାଶ୍ରୀ ଘଟଣାପରେ ପୁରୀର ବଳଙ୍ଗା ନାବାଳିକା ଘଟଣା, ଯାଜପୁର ,ଜଗତସିଂହପୁର, ମାଲକାନାଗିରିରେ ଗଣଦୁଷ୍କର୍ମ ,ପୁରୀରେ ତିନିଯୁବତୀଙ୍କୁ ଛଅଜଣ ଯୁବକଙ୍କ ଅସଦାଚରଣ ଅଭିଯୋଗ ବିଭିନ୍ନ ମହଲରେ ଉଦ୍ବେଗ ସୃଷ୍ଟି କରିଛି । ଏବେ ପ୍ରଶ୍ନ ଘେରରେ ମହିଳା ସୁରକ୍ଷା ? ତେବେ ପ୍ରଶ୍ନ ଉଠୁଛି ରାସ୍ତାଘାଟ, ମନ୍ଦିର, ଶିକ୍ଷାନୁଷ୍ଠାନ, କର୍ମକ୍ଷେତ୍ର ଏସବୁ ସ୍ଥାନ ଏବେ ମହିଳାଙ୍କ ପାଇଁ ସୁରକ୍ଷିତ କି ? ଦିନ ଥିଲା ନାରୀକୁ ଅବଳା -ଦୁର୍ବଳା ବୋଲି କୁହାଯାଉଥିଲା । ଘର ହେଉକି ବାହାର ହେଉ ସବୁଠି ସେ ଅସୁରକ୍ଷିତ ମନେକରୁଥିଲା । ଏବେବି ସେଇକଥା ଦେଖାଯାଉଛି । ସତେ ଯେମିତି ତାର ସ୍ୱାଧୀନତା କିଛି ନାହିଁ ବରଂ ଅମାନବୀୟ ଓ ଅମାନୁଷିକ କାର୍ଯ୍ୟ ବଢିଚାଲିଛି । ସବୁଠି ଖାଲି ନାରୀ ନିର୍ଯାତନାର କଥା ଓ ବ୍ୟଥା । ଦିନକୁ ଦିନ ଆମରାଜ୍ୟ ତଥା ଦେଶରେ ନାରୀ ନିର୍ଯାତନା ବଢିଚାଲିଛି । ଏପରିକି ସ୍ୱାଧୀନତାର ୭୯ବର୍ଷ ପରେ ଆମ ମାନସିକତାରେ ସେପରି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ । ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଯେଉଁ ଦିନ ଜଣେ ମହିଳା ରାତି ଅଧରେ ନିବିଘ୍ନରେ ଫେରିଆସିବ ତାହାଲେ ଆମେ ପ୍ରକୃତ ସ୍ୱାଧୀନତା ହାସଲ କରିଛେ ବୋଲି କହିପାରିବା । କିନ୍ତୁ ବିଡମ୍ବନାର ବିଷୟ ଗାନ୍ଧିଜୀଙ୍କ ସ୍ୱପ୍ନ ଆଜି ସୁଦୂର ପରାହତ । ଖବରକାଗଜ ପୃଷ୍ଠା ଖୋଲିଲେ ଓ ଟିଭି ପରଦା ଦେଖିଲେ ନାରୀମାନଙ୍କ ପ୍ରତି ସବୁଠି ନିର୍ଯାତନାର କରୁଣସ୍ୱର । କେଉଁଠି ନାରୀ ପ୍ରତି ଅସଦାଚରଣ ତ କେଉଁଠି ଦୁଷ୍କର୍ମ ବା ଗଣଦୁଷ୍କର୍ମ ତ ଆଉ କେଉଁଠି ଆତ୍ମାହୁତି । ଛାତିଥରା ଘଟଣା । ଏସବୁ ଦେଖିଲେ ସତେ ଯେମିତି ଲାଗୁଛି ଏ ରାଜ୍ୟ ବା ଦେଶରେ ନାରୀମାନେ ଅସୁରକ୍ଷିତ । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏସବୁ ଘଟଣା । ଦିଲ୍ଳୀର ନିର୍ଭୟା ଘଟଣା ଏବେବି ଆମ ମଣିଷ ପଣିଆ ପ୍ରତି ଚରମ ଉପହାସ । ସେହିପରି ଆମରାଜ୍ୟରେ ବହୁ ଚର୍ଚ୍ଚିତ ଛବିରାଣୀ ଘଟଣା ଏବେବି ଅପାସୋରା ହୋଇ ରହିଛି । ସେହିପରି ଫେଭର ଜାଲରେ ଇତିଶ୍ରୀରୁ ସୈାମ୍ୟଶ୍ରୀ ଘଟଣା ଆମ ମାନବ ସମାଜ ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଯଦିଓ ଏକ ପରିପୂର୍ଣ୍ଣ, ସୁସ୍ଥ ଓ ସୁନ୍ଦର ସମାଜ ନାରୀ ବିନା ସମ୍ଭବ ନୁହେଁ । ଏସବୁ ସତ୍ତ୍ୱେ ପ୍ରତି ମୁହୂର୍ତ୍ତରେ ତାକୁ ନୂଆ ନୂଆ ସଂଘର୍ଷର ସମ୍ମୁଖୀନ ହେବାକୁ ପଡୁଛିÿ । ନାରୀ ମୁକ୍ତି ଆନେ୍ଦାଳନ ପାଇଁ ସବୁଦେଶ ତତ୍ପର । ନାରୀଙ୍କୁ ସୁରକ୍ଷା ଦେବା ପାଇଁ ରହିଛି ବିଭିନ୍ନ ନ୍ୟାୟିକ ବ୍ୟବସ୍ଥା । ହେଲେ ଏହାରି ଭିତରେ ବି ଏଭଳି ହୃଦୟ ବିଦାରକ ଘଟଣା ଘଟୁଛି ଯାହା ନାରୀଙ୍କ ସୁରକ୍ଷାକୁ ପ୍ରଶ୍ନ ଘେର ଭିତରକୁ ଟାଣିନେଉଛି ।
ନାରୀ ସର୍ବଦା ପୂଜନୀୟା । ଏକାଧାରରେ ସେ ଜନନୀ, ଜାୟା, ଓ ଭଗିନୀ । ମା’ ହିସାବରେ ସେ ଜନ୍ମଦାତ୍ରୀ । ତା’ ବିନା ସୃଷ୍ଟି ନାହିଁ । ଜାୟା ଭାବେ ସେ ପୁରୁଷର ସହଧର୍ମିଣୀ - ତା ଦାମ୍ପତ୍ୟ ଜୀବନର ସାଥୀ । ଭଗିନୀ ହିସାବରେ ସ୍ନେହ-ଶ୍ରଦ୍ଧାର ଅଧିକାରିଣୀ ସିଏ । ତଥାପି ମହିଳାମାନଙ୍କୁ ଅନେକ ସମୟରେ ଉପେକ୍ଷିତ ହେବାକୁ ପଡୁଛି । ପରିବାର ଠାରୁ ଆରମ୍ଭ କରି ସମାଜ ବ୍ୟବସ୍ଥାରେ ସେ ହିଂସା ଓ ବୈଷମ୍ୟର ଶୀକାର ହେଉଛି । ମହିଳାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ବିଭିନ୍ନ ଭେଦଭାବକୁ ଦୂରେଇବାର ଗୋଟିଏ ମାଧ୍ୟମ ହେଉଛି ସଚେତନତା । ମହିଳା ନିଜେ ହେଉ କିମ୍ବା ତା ଆଖ ପାଖରେ ଥିବା ପୁରୁଷ ହୁଅନ୍ତୁ ସମସ୍ତେ ଯେତେ ସଚେତନ ହେବେ ସେତେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର କମିବ । ସେଥିପାଇଁ ବିଶ୍ୱସ୍ତରରେ ନାରୀମାନଙ୍କ ପାଇଁ ବିଭିନ୍ନ ଦିବସ ପାଳନ କରାଯାଉଛି । ଏଥିମଧ୍ୟରେ ରହିଛି ମାର୍ଚ୍ଚ ୦୮ତାରିଖ ଆନ୍ତର୍ଜାତିକ ମହିଳା ଦିବସ, ମାର୍ଚ୍ଚ ୦୧ ତାରିଖ ଶୂନ୍ୟ ଭେଦଭାବ ଦିବସ, ଅପ୍ରେଲ ଯୈ÷ାନଉତ୍ପୀଡନ ସଚେତନତା ମାସ, ଅଗଷ୍ଟ ୨୬ ମହିଳା ସମାନତା ଦିବସ, ନଭେମ୍ବର ୨୫ ଆନ୍ତର୍ଜାତିକ ମହିଳା ହିଂସା ନିରୋଧୀ ଦିବସ ଇତ୍ୟାଦି ପାଳନ କରାଯାଉଅଛି । ସେହିପରି ଆମ ଦେଶରେ ମଧ୍ୟ ନାରୀଶକ୍ତିକୁ ସୁରକ୍ଷା ସମ୍ପର୍କରେ ଅନେକ ପଦକ୍ଷେପ ନିଆଯାଇଛି । କେବଳ ସେତିକି ନୁହେଁ ଦିଲ୍ଲୀର ନିର୍ଭୟା ଘଟଣାପରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଭୟା ଆକ୍ଟ ମଧ୍ୟ ଲାଗୁ କରାଯାଇଛି । କେବଳ ଏତିକି ନୁହେଁ ଛୋଟ ଶିଶୁଙ୍କ ପ୍ରତି ଯୈ÷ାନ ଉତ୍ପୀଡନକୁ ରୋକିବାକୁ ପୋକସୋ ଆକ୍ଟ, ବାଲ୍ୟ ବିବାହ ରୋକିବାକୁ ପ୍ରୋହିଭିସନ ଅଫ୍ ଚାଇଲ୍ଡ ମ୍ୟାରେଜ୍ ଆକ୍ଟ, ଘରୋଇ ହିଂସା ରୋକିବାକୁ ଆକ୍ଟ ରହିଛି । ଏତେ ନିୟମ ରହିବା ସତ୍ତ୍ୱେ ଏଠାରେ ଏଭଳି ଘଟଣା ଘଟିଛି ଯାହା ଆଜି ମଧ୍ୟ ଭାରତୀୟ ନାରୀଙ୍କୁ ଭୟ ଦେଇଥାଏ । ଆମ ଦେଶରେ ପୂର୍ବରୁ ଘଟିଥିବା ଅନେକ ହୃଦୟ ବିଦାରକ ଘଟଣା ନାରୀମାନଙ୍କ ସୁରକ୍ଷା ଉପରେ ଅନେକ ପ୍ରସଙ୍ଗ ସୃଷ୍ଟି କରୁଛି । ଯେପରିକି ଦିଲ୍ଲୀର ନିର୍ଭୟା ଗଣ ଦୁଷ୍କର୍ମ, ୨୦୧୩ରେ ହୋଇଥିବା ମୁମ୍ବାଇ ଗ୍ୟାଙ୍ଗ୍ ରେପ୍ କେସ୍, ୨୦୧୪ରେ ଉତ୍ତରପ୍ରଦେଶରେ ହୋଇଥିବା ବାଦୁଁଆ ଦୁଷ୍କର୍ମ ମାମଲା, ୨୦୧୭ରେ ହୋଇଥିବା ଉନାଓଁ ଦୁଷ୍କର୍ମ ମାମଲା, ୨୦୧୮ରେ ହୋଇଥିବା କାଠୁଆ ଗଣଦୁଷ୍କର୍ମ ଭଳି ମାମଲା ଆଜି ମଧ୍ୟ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥାଏ ।
ମହିଳାମାନଙ୍କ ଆନେ୍ଦାଳନ ଫଳରେ ସାରା ବିଶ୍ୱରେ ଓ ଆମ ଦେଶରେ ମହିଳାମାନଙ୍କୁ ଅଭୂତପୂର୍ବ ସଫଳତା ମିଳିଛି । ଏଭଳି କାମ ନାହିଁ ଯେଉଁ କ୍ଷେତ୍ରରେ ମହିଳାମାନେ ଦକ୍ଷତାରସହ କାମକରି ଦେଖାଇନାହାଁନ୍ତି । ଆନି କୋହେନ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା ଯିଏ କି ସଫଳତାର ସହ ସାଇକେଲରେ ବିଶ୍ୱ ଭ୍ରମଣ କରିବାର ଗୌରବ ଅର୍ଜନ କରିଥିଲେ । ଏଲିନା ଲୁକ୍ରେଜିଆ ହେଉଛନ୍ତି ଏପରି ଜଣେ ମହିଳା ଯିଏକି ସର୍ବପ୍ରଥମ ଫିଲୋସଫିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ସେହିପରି ସାରାହ୍ ଡିଲିସ୍ ଆଉଟେନ୍ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା ଯିଏକି ସମୁଦ୍ର ଭିତରେ ଏକୁଟିଆ ଡଙ୍ଗାକୁ ଆହୁଲାମାରି ଜାପାନରୁ ଆଲାସ୍କା ଯାତ୍ରା କରିବାରେ ସଫଳ ହୋଇଥିଲେ । ଭାଲେନ୍ତିନା ତେରେସ୍କୋଭା ବିଶ୍ୱର ପ୍ରଥମ ମହାକାଶ·ରୀ । ଆମ ଦେଶ ତଥା ରାଜ୍ୟରେ ମହିଳାମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ବୈଦିକ ଯୁଗରେ ବିଶ୍ୱବାରା, ଲୋପାମୁଦ୍ରା, ଗାର୍ଗୀ, ପୁରାଣ ଯୁଗରେ ସୀତା, ସାବିତ୍ରୀ, ଅନସୂୟା ଆଦି ନାରୀମାନେ ସମାଜରେ ଉଚ୍ଚସ୍ଥାନର ଅଧିକାରିଣୀ ହୋଇପାରିଥିଲେ । ବର୍ତ୍ତମାନର ନାରୀ ମଧ୍ୟ କୌଣସି ଗୁଣରେ କମ୍ ନୁହଁନ୍ତି । ସେହିପରି ବର୍ତ୍ତମାନର ରାଷ୍ଟ୍ରପତି ଦୈାପଦୀ ମୁର୍ମୁ , ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କଠାରୁ ଆରମ୍ଭ କରି ମୀରା କୁମାର, ନିର୍ମଳା ସୀତାରମଣ , ପି.ଟି ଉଷାଙ୍କ ଠାରୁ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସୁନିତା େ·ଧୁରୀଙ୍କ ଠାରୁ ପଦ୍ମିନୀ ରାଉତ, ୨୦୨୪ ପାରା ଅଲମ୍ପିକ୍ ବିଜୟିନୀ ମନୁ ଭାକର, କିରଣ ବେଦୀଙ୍କ ଠାରୁ ରୂପା ମିଶ୍ର ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଠାରୁ ନନ୍ଦିତା ଦାସଙ୍କ ଏପରିକି ଜ୍ୟୋର୍ତିମୟୀ ଦାସଙ୍କ ପର୍ଯ୍ୟନ୍ତ ସବୁଠି ନାରୀର ଜୟଯାତ୍ରା । ଏ ସବୁ ମହିଳାମାନଙ୍କ ଆଖିଦୃଶିଆ ସଫଳତା ସତ୍ତ୍ୱେ ମହିଳା ଜଣଙ୍କ ନାଁ ଘରେ ନା ବାହାରେ ନା କର୍ମକ୍ଷେତ୍ରରେ, ସେ କେଉଁଠି ବି ସୁରକ୍ଷିତ ନୁହେଁ । ସାମାଜିକ ହିଂସା, ବଳାକôାର, ଯୌତୁକ ହତ୍ୟା, ଘରୋଇ ହିଂସା ଓ କନ୍ୟାଭ୍ରୂଣ ହତ୍ୟା ବଢ଼ିବାରେ ଲାଗିଛି । ଆଜିବି ଜଣେ ଝିଅ ଦିନରେ ହେଉ ବା ରାତିରେ ହେଉ ରାସ୍ତାରେ ସୁରକ୍ଷିତ ନୁହେଁ । ଏକ ସର୍ବେକ୍ଷଣରୁ ଜଣାପଡ଼େ ଭାରତରେ ପ୍ରତି ୭୮ମିନିଟ୍ରେ ଗୋଟିଏ ଯୌତୁକ ଜନିତ ବଧୂହତ୍ୟା, ପ୍ରତି ୫୯ମିନିଟ୍ରେ ଜଣେ ମହିଳା ଯୌନ ଶୋଷଣର ଶୀକାର ହେଉଥିବା ବେଳେ ପ୍ରତି ୩୪ମିନିଟ୍ରେ ଜଣେ ମହିଳା ନିର୍ଯାତନା ଏବଂ ପ୍ରତି ୫ଜଣ ବିବାହିତ ମହିଳାଙ୍କ ମଧ୍ୟରୁ ୩ ଜଣ ମହିଳା ଘରୋଇ ହିଂସାର ଶୀକାର ହେଉଛନ୍ତି । ଦୁଷ୍କର୍ମ ବା ଧର୍ଷଣ କଥା ଆହୁରି ତଦ୍ରୁପ । ଅତୀତରେ ୧୯୭୮ରେ ଗୀତା େ·ପ୍ରା, ୧୮୮୮ରେ ରୂପମ୍ ବଜାଜ, ୧୯୯୩ରେ ରୁଚିକା, ୧୯୯୭ରେ ପ୍ରିୟଦର୍ଶିନୀ ମାଟ୍ଟୁ, ୧୯୯୯ରେ ଜେସିକା ଘଟଣାଗୁଡିକ ଆମ ଭୋକ୍ତା ମନୋଭାବର ଏକ ନିଚ୍ଛକ ପରିପ୍ରକାଶ କହିଲେ ଭୁଲ୍ ହେବ ନାହିଁ । ପରବର୍ତ୍ତୀ ସମୟରେ ଇତିଶ୍ରୀ, ବେବିନାଙ୍କ ପରି ଅନେକ ମହିଳା ନିର୍ଯାତନାର ଶିକାର ହେବା ଘଟଣା ଆମ ବିକୃତ ମାନସିକତାର ଗୋଟିଏ ଗୋଟିଏ ଉଦାହରଣ ।
ରାଜ୍ୟରେ ଏଭଳି ଅନେକ କ୍ଷେତ୍ରରେ ‘ଫେଭର’ ଭଳି ଅପଶବ୍ଦର ଶିକାର ହେଉଛନ୍ତି ମହିଳାମାନେ । ବିଶେଷକରି କର୍ମଜୀବୀ ମହିଳା ଓ ଅଧ୍ୟୟନରତା ଛାତ୍ରୀ ଏହିଭଳି ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି । ଏଥିପାଇଁ କଣ ଆମ ସମାଜ ଦାୟୀନୁହେଁ ? ପୁରୁଷନାରୀ ମଧ୍ୟରେ ସମାନତା କଥା ଆମେ ବିଭିନ୍ନ ସଭା ସମିତିରେ ଚିକôାର କରୁଛେ । ମହିଳା ସଶକ୍ତିକରଣ, ସ୍ୱାବଲମ୍ବୀ ନେଇ ଅନେକ ଭାଷଣ ଶୁଣୁଛେ, ତେବେ କାହିଁକି ମହିଳାଙ୍କୁ ସ୍ୱାଧୀନ ଭାବରେ ବଞ୍ଚôବାର ଅଧିକାରକୁ ବିଭିନ୍ନ ସମୟରେ ଛଡାଇ ନିଆଯାଉଛି । କାହିଁକି ଫେଭରର ଶିକାର ହେଉଛନ୍ତି ଇତିଶ୍ରୀଙ୍କ ଠାରୁ ଆରମ୍ଭ କରି ସୈାମ୍ୟାଶ୍ରୀଙ୍କ ପର୍ଯ୍ୟନ୍ତ ନିରୀହ ଯୁବତୀମାନେ । ରାଜ୍ୟ ସରକାର ଏଦିଗରେ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ । ଖାଲି ସେତିକି ନୁହେଁ ସମାଜରେ ସବୁବର୍ଗର ଲୋକମାନେ ସଚେତନ ହେବା ଜରୁରି । ବିଶେଷ କରି ଅଭିଭାବକ ଅଭିଭାବିକା ଛାତ୍ରଛାତ୍ରୀ ସଚେତନ ହେଲେ ଏସମସ୍ୟାର ସମାଧାନ ହୋଇପାରିବ । ତାହା ନହେଲେ ଏହି ଭଳି ଘଟଣା ଘଟି ଚାଲିଥିବ । ଏସବୁର ଅନ୍ତ ହେବା ଦରକାର ।
ଜଗତସିଂହପୁର
ମୋ : ୯୩୩୭୨୨୧୯୨୪