ହାତୀ ଆକ୍ରମଣରେ ବୃଦ୍ଧ ମୃତ

 ହିନେ୍ଦାଳ : ହିନେ୍ଦାଳ ବନାଞ୍ଚଳ ଖଜୁରିଆକଟା ବିଟ୍ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ଗ୍ରାମର ଛବି ଦେହୁରୀ(୬୫) । ସେ ଜଙ୍ଗଲକୁ ଭୋର୍ ସମୟରେ ଆମ୍ବ ଗୋଟାଇବାକୁ ଯାଇଥିବା ସମୟରେ ଦନ୍ତା ହାତୀ ହାବୁଡରେ ପଡ଼ି ଯାଇଥିଲେ । ଯାହାଫଳରେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚô ହାତୀକୁ ଘଉଡ଼ାଇବା ସହ ମୃତଦେହକୁ ଜବତ କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ହିନେ୍ଦାଳ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ସାମାନ୍ୟ ଉତ୍ତେଜନା ଲାଗି ରହିଥିବା ବେଳେ ବନବିଭାଗ ପକ୍ଷରୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।