ମହା ଶିବରାତ୍ରୀ ମେଳା ନିମନ୍ତେ ପ୍ରସ୍ତୁତି 

 ଜୟପୁର:  ଗୁପ୍ତେଶ୍ୱର ଶୈବ ପୀଠ ଠାରେ ମହା ଶିବରାତ୍ରୀ  ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ କୁମାରୀ ଅକାବରମ ଶସ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜୟପୁର ପୌରପରିଷଦର ପାରିଷାଦିକ ଗୃହ ଠାରେ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇ ଥିଲା । ଯାନବାହାନ ନିୟନ୍ତ୍ରଣ ପାଇଁ ବୈପାରିଗୁଡା ପୋଲିସ ଜୟପୁର ସଦର ପୋଲିସ ଓ ଓଡ୍ରାଫକୁ ଦିଆଯାଇଛି । ପ୍ରତି ବର୍ଷ ଭଳି  ଚଳିତ ବର୍ଷ ମଧ୍ୟ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଦ୍ୱାରା  ଗୋଟିଏ ଷ୍ଟଲ  ହେବ ଏବଂ ଏଥିରେ ନିମନ୍ତେ ଡାଲି ଚାଉଳ କଦଳୀ, ପାନୀୟ ଜଳ, ଚୂଡା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବେ । ପିଇବା ପାଣି ଓ ଶୌଚଳୟ ମରାମତି ନିମନ୍ତେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ବୈପାରିଗୁଡା ଓ ଜୟପୁରଙ୍କୁ ଅନୁରୋଧ କରାଯାଇଛି । ବ୍ଲିଚିଂ ପାଉଡର ପକାଇବା ସହ ସଫା ସୁତୁରାର ଦାୟିତ୍ୱ ଦିଆଗଲା । ବିଗତ ବର୍ଷ ଭଳି ଚଳିତ ବର୍ଷ ୨ ଗୋଟି ଷ୍ଟଲ୍ ରହିବ ସମସ୍ତ ପ୍ରାଥମିକ ଚିକିସôା ଯୋଗାଇ ଦେବ ସହ ୨ ଗୋଟି ଆମ୍ବୁଲେନ୍ସ ରଖିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଜୟପୁର ଓ ବୈପାରିଗୁଡାଙ୍କୁ ଅନୁରୋଧ କରାଗଲା । ଶିବରାତ୍ର ଦିନ ଅଗ୍ନିଶମ ଗାଡି ଗୋଟିଏ ମନ୍ଦିର ପାଖରେ ଓ  ଅନ୍ୟଟି ପାର୍କିଂ ପାଖରେ ରହିବ । ପ୍ରତି ବର୍ଷ ଭଳି ଏହି ବର୍ଷ ରାତ୍ର ୮ ଘଣ୍ଟା ସମୟରେ ମନ୍ଦିର ଫାଟକ ବନ୍ଧ ହେବ ଏବଂ ପରେ ହରିହର ଭେଟ ରାତ୍ର ୧୨ ଘଟିକାରେ ତା ପରେ ମହାଦୀପ ଉଠିବ ।ଏହି ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସୂଚନା କେନ୍ଦ୍ରର ଦାୟିତ୍ୱ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୋରାପୁଟଙ୍କୁ ଦିଆଗଲା । ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସାଂସ୍କୃତିକ ବିଭାଗ କୋରାପୁଟଙ୍କୁ ଅନୁରୋଧ କରଯାଇଛି । ଏହି ଦିନ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ସହ ଭଜନ ସନ୍ଧ୍ୟା  ଓଡିଶୀ ନୃତ୍ୟ ଓ ଲୋକ କଳା ନୃତ୍ୟର ଓ ୨ ଗୋଟି ଦେଶିଆ ନାଟ  ଆୟୋଜନ କରିବା ନିମନ୍ତେ ଦାୟିତ୍ୱ  ଦିଆଗଲା ।  ଏହି ବୈଠକରେ ଜୟପୁର  ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ ବିଧାୟକ ରୁପୁ ଭତ୍ରା, ଉପଜିଲ୍ଲାପାଳ  କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ  ଅଙ୍କିତ ବର୍ମା, ଜୟପୁର ଉପଖଣ୍ଡୀୟ ବନ ଅଧିକାରୀ ପ୍ରତାପ ଚନ୍ଦ୍ର ବେହେରା, ଜୟପୁର ତହସିଲଦାର ସବ୍ୟସାଚୀ ଜେନା ଓ ବୈପାରିଗୁଡା ତହସିଲଦାର ସୁଶ୍ରୀ ସ୍ନିଗ୍ଧା ଚୌଧୁରୀ, ଆରଟିଅ କୋରାପୁଟ ପ୍ରମୁଖ ମଞ୍ଚାସୀନ ଥିଲେ ଓ ଅନ୍ୟାନ୍ୟ, ଥାନା ଅଧିକାରୀ ବୈପାରିଗୁଡା, ରମଣୀ ରଞ୍ଜନ ଦଳାଇ ଟାଉନ ଥାନା ଅଧିକାରୀ ଜୟପୁର, ପଂଚାୟତ ସମିତି ସଭ୍ୟ ମୋହନ ଚନ୍ଦ୍ର ମାଛ,  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା, ବୈପାରିଗୁଡା ପୂର୍ବତନ ଚେୟାରମ୍ୟାନ ନରେନ୍ଦ୍ର କାନ୍ଦୁଲିଆ, ରାସ୍ତା ଓ ଗୃହନିର୍ମାଣ ଏସଇ ରଞ୍ଜିତ କୁମାର ବେହେରା, ଅଗ୍ନିଶମ ଅଧିକାରୀ ଜୟପୁର, ସହକାରୀ ଯନ୍ତ୍ରୀ ଟିପିସଲ ଓ ଏସିସ୍ଅ ସୁଶୀଲ କୁମାର ଜେନା, ପ୍ରୀତିଶୁଦ୍ଧ ଜେନା ଜିଲ୍ଲା ସଂସ୍କୃତି ଅଧିକାରୀ, ଟଲିନା ପ୍ରାଧାନି ଜିଲ୍ଲା ପର୍ଯ୍ୟଟକ ଅଧିକାରୀ କୋରାପୁଟ ଓ ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ସହ ସମସ୍ତ ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ରହି ଥିଲେ  । ଏହି ବୈଠକକୁ ତହସିଲଦାର ଜୟପୁର ସବ୍ୟସାଚୀ ଜେନା ପରିଚାଳନା କରିଥିଲେ । ଶେଷରେ ଉପଜିଲ୍ଲାପାଳ ଜୟପୁର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି  ସଭାକୁ ସାଙ୍ଗ କରି ଥିଲେ ।