ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ବୈଶିଙ୍ଗା : ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁରଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବାରିପଦାରେ ଚିକିସôିତ ହେଉଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କାଲି ରାତି ଦଶଟା ସମୟରେ ନଡପୁର ନିକଟସ୍ଥ ଜାମଶୂଳୀ ଛକ ନିକଟରେ ଏକ ବାଇକ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛ ଦେହରେ ଧକ୍କା ହୋଇଥିଲା । ତେବେ ବାଇକ ଚାଳକ ଦଲକି ଗ୍ରାମର ନରେନ୍ଦ୍ର ପାତ୍ର ,(୨୪) ପଛରେ ବସିଥିବା ତାଙ୍କ ବନ୍ଧୁ ଜିତୁ (୨୩) ରାସ୍ତା ପାର୍ଶ୍ୱରେ ଗୁରୁତର ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖି ରାତି ବାରଟା ସମୟରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ନରେନ୍ଦ୍ର ପାତ୍ର ମୃତ ଘୋଷଣା କରିଥିଲେ । ଜିତୁଙ୍କ ଅବସ୍ଥାରେ ଅବନତି ଦେଖାଦେଇଥିବାରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲକୁ ପଠାଇ ଦିଆଯାଇଛି । ଏହାକୁ ନେଇ ବୈଶିଙ୍ଗା ଥାନାରେ ମାମଲା ନଂ ୧୫ ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଆଜି ସନ୍ଧ୍ୟାରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି ।