ବିକଶିତ କୃଷି ସଂକଳ୍ପ ଅଭିଯାନ

 ବନ୍ତ : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପଳସା ଗ୍ରାମରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ରାଣୀତାଲ କୃଷି ବୈଜ୍ଞାନିକ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୟ ମହାନ୍ତି, କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ମତ୍ସ୍ୟ ଚାଷ ବିଶେଷଜ୍ଞ   ତନୁଜା ସୋମାରଞ୍ଜନ, ବନ ବୈଜ୍ଞାନିକ ଡ. ଗୟାଧର ଶିଆଳ, ବ୍ଲକ ସହକାରି କୃଷିଅଧିକାରୀ ସୁପ୍ରିୟା ମୁଦୁଲି, ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, କମଳାକାନ୍ତ ସାହୁ, ପଞ୍ଚାୟତ କାର୍ଯ୍ୟନିର୍ବହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିବା  କମ୍ ପରିଶ୍ରମରେ ଉନ୍ନ?ତମାନର ଚାଷ ମାଧ୍ୟମରେ ଅଧିକ ଲାଭ କରିପାରିଲେ ଚାଷୀର ଉନ୍ନତି ସହ ଦେଶ ସମୃଦ୍ଧ ହେବ ବୋଲି କହିଥିଲେ । ଜିଲ୍ଲାରେ ମାଛ ଚାଷ ପାଇଁ ପାଣିର ସୁବିଧା  ରହିଥିବା ବେଳେ, ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । ଚାଷୀର ଉନ୍ନତି ଓ ପ୍ରଗତି ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ ଆୟୋଜନ କରାଯାଉଥିବା କହିଥିଲେ ଉପସ୍ଥିତ ଅତିଥି । ସହବୈଷୟିକ ପରିଚାଳକ ମଦନମୋହନ ରାଉତ, ତାପସ ବେହେରା, ଅମ୍ଳାନ ମଲ୍ଲିକ, ଗ୍ରାମ୍ୟ କୃଷି କର୍ମଚାରୀ ଦୀପ୍ତିରଞ୍ଜନ ନାୟକ, ନୀଳକଣ୍ଠ ବାରିକ, ଶିବଶଙ୍କର ର୍ମୁମୁ, ତପନ ସେଠୀ, ଚିନ୍ମୟୀ ଜେନା, ବିମ୍ବାଧର ସେଠୀ, ରଶ୍ମିରଞ୍ଜନ ଜେନା, ମନ୍ଦାକିନୀ ସେଠୀ, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, କୃଷି ଅଧିଦର୍ଶକ ବଳଭଦ୍ର ବାର୍ଦା, ଉଦ୍ୟାନ କୃଷି କର୍ମଚାରୀ ପ୍ରଭାତ ବିଶ୍ୱାଳ, ଚନ୍ଦ୍ରୟ ହେମ୍ବ୍ରମ, ବନ୍ତ ମତ୍ସ୍ୟବିଭାଗ ସୁଶାନ୍ତ ମଲ୍ଲିକ, କୃଷକ ସାଥି ରାଜକିଶୋର ଗିରି, ସଚଳା ଘଡ଼ାଇ, ରାଜେଶ ଗିରି, ରନôାକର ଖଣ୍ଡା, ରାଜକିଶୋର ପରିଡା, ପ୍ରସନ୍ନ ଗିରି, ରାଜକିଶୋର ଘଡ଼ାଇ, କାଳନ୍ଦୀ ଦାସ, ଶଶୀକାନ୍ତ ପାଳ, ରବୀନ୍ଦ୍ର ପୃଷ୍ଟି, ସତ୍ୟରଞ୍ଜନ ସାହୁ, ଭାଗିରଥି ଘଡ଼ାଇ, ରବୀନ୍ଦ୍ର ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।