ବିଜେଡ଼ିର ନୂଆପଡ଼ା ଟିମ୍‌

ବିଜେଡ଼ିର ନୂଆପଡ଼ା ଟିମ୍‌
  • ବିଧାୟକ ଓ ସାଂସଦ ଜଗିବେ ବୁଥ୍‌
  • ୫୨ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଟିମ୍‌ ଗଠନ କରିଛନ୍ତି । ପୂର୍ବରୁ ଦଳ ଷ୍ଟିୟରିଂ କମିଟି, ଜୋନାଲ କମିଟି ଓ ସ୍ଥାନୀୟ କ୍ରିୟାନ୍ୱୟନ କମିଟି ଗଢ଼ି ୧୯ ନେତାଙ୍କୁ ଦାୟିତ୍ୱ ଦେଇଥିବାବେଳେ ଏବେ ବ୍ଳକର ବିଭିନ୍ନ ପଞ୍ଚାୟତ ଓ ଏନଏସିରେ ପ୍ରଚାର ପାଇଁ ୫୨ ଜଣିଆ ଟିମ୍‌ ଗଠନ କରିଛନ୍ତି । ନୂଆପଡ଼ା ବ୍ଳକ ଦାୟିତ୍ୱରେ ରହିବେ ବରିଷ୍ଠ ନେତା ନିରଞ୍ଜନ ପୂଜାରୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡେ଼ଇ, ଧ୍ରୁବ ସାହୁ, ମନୋହର ରାନ୍ଧାରୀ, ପ୍ରଦୀପ ଦିଶାରୀ, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ଶାରଦା ପ୍ରସନ୍ନ ଜେନା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରା  ।

     ସେହିପରି ନୂଆପଡ଼ା ଏନଏସି ଦାୟିତ୍ୱରେ ଅତନୁ ସବ୍ୟସାଚୀ ନାୟକ, ଶାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ୍‌, ରୀତା ସାହୁ, ସ୍ୱରୂପ ଦାସ ରହିବେ । ଅପରପକ୍ଷରେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧିରାଜ   ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେଶ ସିଂ, ରବି ନନ୍ଦ, ପ୍ରଦୀପ ମାଝୀ, ନଳିନୀକାନ୍ତ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଶୁଭାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ୱରଞ୍ଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ, ରୋହିତ ଯୋଶେଫ ତିର୍କୀ ଓ ଉମାକାନ୍ତ ସାମନ୍ତରାୟ । ଏତଦବ୍ୟତୀତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଗୌତମବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥିଙ୍କୁ ଖରିଆର ରୋଡ଼ ଏନଏସି ଦାୟିତ୍ୱ ଦିଆଯାଇଛି ।