ମା’ ପେଣ୍ଡ୍ରାଣୀ ସବୁଜ ସେନା ସଂଘ ଗଠିତ

 ଉମରକୋଟ :  ନବରଙ୍ଗପୁର ଜିଲ୍ଲାର ସମସ୍ତ ଘରୋଇ କମ୍ପାନୀ କୃଷି କର୍ମଚାରୀମାନଙ୍କୁ ନେଇ ଗ୍ରୀନ୍ କଲୋନୀ ଉମରକୋଟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମା’ ପେଣ୍ଡ୍ରାଣୀ ସବୁଜ ସେନା ସଂଘ ନାମରେ ଏକ ନୂତନ ସଂଘ ଗଠିତ ହୋଇଥିଲା । ଆଗାମୀ ଦିନରେ ସମାଜରେ ବିଭିନ୍ନ ଗଠନମୂଳକ କାର୍ଯ୍ୟ ଏବଂ ଜିଲ୍ଲାର ସମସ୍ତ ଘରୋଇ କମ୍ପାନୀ କୃଷି କର୍ମଚାରୀଙ୍କ ପାଇଁ ବିଭିନ୍ନ ସୁବିଧା ଅସୁବିଧାରେ ସହଯୋଗ କରିବା ଉଦେ୍ଦଶ୍ୟରେ ସଂଘ ଗଠନ କରାଯାଇଛି । ଏହି ସଂଘରେ ସର୍ବସମ୍ମତିକ୍ରମେ ସନ୍ତୋଷ କୁମାର ସାହୁ ସଭାପତି, ରାକେଶ ମିସ୍ତ୍ରୀ ଉପସଭାପତି, ଟୁନା ଦାଶ ସମ୍ପାଦକ, ନଶନ ଖରା ଯୁଗ୍ମ ସମ୍ପାଦକ ଏବଂ ସୁଶାନ୍ତ ସାହୁ କୋଷଧକ୍ଷ ରୂପେ ମନୋନୀତ ହୋଇଥିଲେ । ଉପଦେଷ୍ଟା ମଣ୍ଡଳୀରେ ବିଶ୍ୱବିହାରୀ ଦାଶ, ଯଶୋବନ୍ତ ମିଶ୍ର, ସମୀର ବିଶ୍ୱାସ, ଶୈଲେନ ବିଶ୍ୱାସ ଓ ଶେହବାଜ ଖାନ ଉପସ୍ଥିତ ଥିଲେ । ଉମରକୋଟ ସହଯୋଗୀ ରୂପେ ସରୋଜ ହରିଜନ, ରାଇଘର ସହଯୋଗୀ ରୂପେ ଇନ୍ଦ୍ରଜିତ ବରକନ୍ଦାଜ ଏବଂ ଝରିଗାଁ, ଚନ୍ଦାହାଣ୍ଡି ପାଇଁ ପବିତ୍ର ମାଟିଆ ଓ ଚନ୍ଦ୍ରଶେଖର ଦାଶ ମନୋନୀତ ହୋଇଥିଲେ । ଏଥିସହିତ ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ଅଞ୍ଚଳରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଘରୋଇ କୃଷି କର୍ମଚାରୀ ଉପସ୍ଥିତ ଥିଲେ ।