ବିଜେପିରେ ଯୋଗଦେଲେ ତେନ୍ତୁଳି ଖୁଣ୍ଟି ବ୍ଲକ ଅଧ୍ୟକ୍ଷା

 ଭୁବନେଶ୍ୱର: ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର  । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି  । ବିଜେପି ସରକାର ସମେତ ଏମ୍ପି, ବିଧାୟକଙ୍କ ୧ ବର୍ଷ କାର୍ଯ୍ୟରେ ଆସ୍ଥା ପ୍ରକଟ କରି  ଆଜି ତେନ୍ତୁଳିଖୁଂଟି ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି  । ସେମାନଙ୍କ ସମେତ  ଅମଳାଭଟା ଗ୍ରାମପଂଚାୟତ ସମିତି ସଭ୍ୟା ବିଦୁସ୍ମିତା ଜାନି, କାମତା ପଂଚାୟତ ସମିତି ସଭ୍ୟା, ମଂଚାଗାଁ ପଂଚାୟତ ସରପଂଚ ତିରୁପତି ମହାନ୍ତି, ବିଜେଡି କର୍ମୀ, ଜି.ସତ୍ୟମ ନାଇଡୁ,  ଗୋଲକ ନାୟକ, ସିନ୍ଦୁ ନାୟକ, ଲମ୍ବୋଦର ନାୟକ, ପୁରଷୋତମ ଜାନି, ପଦଲାମ ସଗରିଆ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି   । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି  ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ  ।