ବିଧାୟକଙ୍କ ଦ୍ୱାରା  ପ୍ରାଚୀର ଉଦ୍ଘାଟିତ

ନାଉଗାଁ :  ନାଉଗାଁ ବ୍ଲକ୍ ଗଙ୍ଗଦା ସ୍ଥିତ ମଉଳାଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ପ୍ରାଚୀର ଓ ଫାଟକ ନିର୍ମାଣ ନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଭିତ୍ତିଭୂମି ବିକାଶ ଅନୁଦାନ ପାଣ୍ଠିରୁ ୨୦ ଲକ୍ଷ ଟଙ୍କାର ଅନୁଦାନରେ ନିର୍ମିତ କରାଯାଇଥିବା ନୂତନ ପ୍ରାଚୀର ଓ ଫାଟକକୁ ବିଧାୟକ ଅମରେନ୍ଦ୍ର ଦାସ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନୀତଅତିଥି ଭାବେ ନାଉଗାଁ ତହସିଲଦାର ଅକ୍ଷୟ ବଡୁ, ଭାରତୀୟ ଜନତା ପାର୍ଟିର ପୂର୍ବତନ ସଭାପତି ନିଲୁରାମ ଜେନା, ବିଦ୍ୟାଳୟ ପ୍ରତିଷ୍ଠାତା ସଭାପତି ରବିନ୍ଦ୍ର କୁମାର ଓଝା, ବିଶ୍ୱନାଥ ବେହୁରା ଯୋଗଦେଇ ଥିବାବେଳେ ଶ୍ରୀ ଶ୍ରୀ ମଉଳା ଭଣଜା ହାଇସ୍କୁଲ ଅଧ୍ୟକ୍ଷ ଅଧିକାରୀ ଲେଙ୍କା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ବିଦ୍ୟାଳୟର ଅଧ୍ୟାପକ ପ୍ରତାପ ମିଶ୍ର, ଅଧ୍ୟାପକ ଧିରେନ ପତି, ଓ ଅଧ୍ୟାପକ ନିରଜ୍ଞନ ବିଶ୍ୱାଳ ସମସ୍ତ ପ୍ରକାର ସାହାର୍ଯ୍ୟ କରିଥିଲେ । ଏ ବର୍ଷ ଯୁକ୍ତ ଦୁଇ କଳାରେ ଜିଲ୍ଲାରେ ଏକ ନମ୍ବର ସ୍ଥାନ   ପାଇଥିବା ମୋନାଲିସା ସ୍ୱାଇଁ ଏବଂ ଜିଲ୍ଲାରେ ଦିତୀୟ ସ୍ଥାନରେ ଥିବା ଛାତ୍ରୀ ଅର୍ଚ୍ଚିତା ବରାଳଙ୍କୁ ବିଧାୟକ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।