"ଜବରଦଖଲ ଉଚ୍ଛେଦ ନ ହେଲେ ବିକାଶ ସମ୍ଭବ ନୁହେଁ'
ଗୋପ: ନିର୍ବାଚନ ପରେ ପ୍ରଥମ କରି ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରଭାତୀ ପରିଡା ଅଗଷ୍ଟ ପହିଲାରେ ଗୋପ ତହସିଲ ଦ୍ୱାରା ଆୟୋଜିତ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଜମି ପଟ୍ଟା ବଣ୍ଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥିଭାବେ ଉପଜିଲ୍ଲାପାଳ ରାଜକିଶୋର ଜେନା, ତହସିଲଦାର ଅନିଲ ମହାନ୍ତି, ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ଜିଲ୍ଲାର ୧୧ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ବିଡିଓ ଛବିରାଣୀ ସାହୁ ଜଗତସିଂହପୁର ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ ସ୍ୱାଇଁ ପ୍ରଭୁତି ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୫୦୦ ପରିବାରଙ୍କ ମଧ୍ୟରୁ ୧୧୨ ଜଣ ବଂଶାବଳି ସଂଶୋଧନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପଞ୍ଚାୟତ ଅନୁଯାଇ ଅବଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଟା ବଣ୍ଟନ କରାଯିବ । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରଚେଷ୍ଟାରେ ରାଜସ୍ୱ ବିଭାଗକୁ ଲୋକାଭିମୁଖୀ କରାଇବାରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଦୀର୍ଘଦିନରୁ ପଡି ରହିଥିବା ଲୋକଙ୍କ ଜମିଜମା ଜନିତ ସମସ୍ୟା ଆଜି ସହଜରେ ଏବଂ ତ୍ୱରିତ ଉପାୟରେ ସମାଧାନ ହେଉଛି । ବୋଲି ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଅବିଭାଷଣ ରେ ମତ ବ୍ୟକ୍ତ କରିଥିଲେ । ଗୋପର ବିକାଶ କ୍ଷେତ୍ରରେ ଉପ ମୁଖ୍ୟମନ୍ତ୍ରୀଙ୍କ ଭୂମିକା କିଛି ନାହିଁ ବୋଲି ଆମ ମିଡ଼ିଆର ବନ୍ଧୁଙ୍କ ଅଭିଯୋଗ କୁ ଶ୍ରୀମତୀ ପରିଡା ଖଣ୍ଡନ କରିଥିଲେ । ନିମାପଡା ର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକୀୟ ଭିତିଭୂମି ରହିଛି ଆଉ ସେଠାରେ ବିକାଶ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ହେଉଛି । କିନ୍ତୁ ଗୋପରେ ସରକାରୀ ଜମିକୁ ଲୋକମାନେ ଜବରଦଖଲ କରି ରଖିଛନ୍ତି ବିକାଶ ହେବ କେମିତି ବୋଲି ପ୍ରଶ୍ନ କରିଥିଲେ ଶ୍ରୀମତୀ ପରିଡ । ବଳରାମ ଗାଦିର ବିକାଶ ପାଇଁ ତିନିକୋଟି ବ୍ୟୟ ବରାଦ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଗୋପରେ ତକ୍ରାଳୀନ ସରକାରଙ୍କ ସମୟରେ ବ୍ୟୟ ବରାଦ ହୋଇଥିବା ବିଶ୍ୱସ୍ତରୀୟ ବସ ଷ୍ଟାଣ୍ଡ ଅନିଶ୍ଚିତତା ମଧ୍ୟରେ ରହିଛି । କିନ୍ତୁ ଗୋପର ଲୋକମାନେ ଯଦି ସରକାରୀ ଜମିକୁ ମାଡ଼ିବସିବେ ତେବେ କିପରି ବିକାଶ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । ନିର୍ବାଚନ ପରଠୁ ଗୋପ ଅଞ୍ଚଳରେ କୌଣସି ଆଖିଦୃଶୀୟ ଉର୍ନୀତି ମୂଳକ କାର୍ଯ୍ୟ ହୋଇନାହିଁ ବୋଲି ମିଡ଼ିଆରେ ପ୍ରକାଶ ପାଉଛି ତାକୁ ଶ୍ରୀମତୀ ପରିଡା ଖଣ୍ଡନ କରିଛନ୍ତି । ସରକାରୀ ଜମିର ଅଭାବ ସାଙ୍ଗକୁ ବେସରକାରୀ ବ୍ୟକ୍ତିଙ୍କ ଦ୍ୱାରା ଜରକାରୀ ଜମି କୁ ଜବରଦସ୍ତ ନିଜ କବଜ୍ଜା ରଖିଛନ୍ତି ବିକାଶ କେମିତି ହେବ ବୋଲି କହିଥିଲେ ।