ବିପର୍ଯ୍ୟୟ ପରିଚାଳନା ପାଇଁ କର୍ମଶାଳା
ରାୟଗଡ଼ : ରାୟଗଡ଼ ବ୍ଲକ ଶଷଖାଲ ଠାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ କ୍ଷେତ୍ରରେ ମହିଳାଙ୍କ ଅନ୍ତର୍ଭୁକ୍ତିକରଣ ସଂପର୍କିତ ଆଲୋଚନା ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ ରଞ୍ଜନ ଜେନା, ଓସଡମାର ତାଲିମପ୍ରଦାନକାରୀ ଦଳ, ପି ଏ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ସୁପରଭାଇଜର ଏମ୍ ମାଙ୍ଗାମା ଶିଶୁ, ମାତୃ ଓ କିଶୋରୀ ବାଳିକାଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡିକ ବିଷୟରେ କହିଥିଲେ । ଏବଂ ଆଗାମୀ ଦିନରେ କିଶୋରୀବାଳିକାଙ୍କୁ ନେଇ ଦୁଇ ଦିନିଆ ତାଲିମ ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା । ଶେଷଖାଲ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ୱାର୍ଡ ସଦସ୍ୟ, ଜୀବିକା ମିଶନର ସିଆରପି, ଏମ୍ବିକେ ଆଦି ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନ ଉତ୍ସବରେ ସମିତି ସଭ୍ୟ କ୍ରୀଷ୍ଣା କଲାକା, ଶେଷଖାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ ମନୋଜ ଜିଲାକାରା ଉପସ୍ଥିତ ଥିଲେ ।