ବିପିଏମ୍ ବିରୋଧରେ ଗର୍ଜିଲେ ଇସି ମେମ୍ବର

 ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଓଡିଶା ଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ବିରୋଧରେ ଗର୍ଜିଲେ ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟକାରୀ ସଦସ୍ୟ । ଆସିକା ପଞ୍ଚାୟତ ସମିତିର ଓଏଲଏମ କାର୍ଯ୍ୟାଳୟକୁ ଜିଲ୍ଲା ମିଶନ ଶକ୍ତି ମହିଳା ଦଳର ଇସି ମେମ୍ବରମାନଙ୍କ ଏକ ଟିମ୍ ପହଞ୍ଚô ସଂଘର କିଛି ସମସ୍ୟା ଉପରେ ଆଲୋଚନା କରିବାବେଳେ ବିପିଏମ ଜିଲ୍ଲା ଏବଂ ପଞ୍ଚାୟତ ମହାସଂଘର ଇସି ମେମ୍ବରକୁ ଖରାପ ବ୍ୟବହାର କରିବା ସହ ଧମକ ଦେଇଥିବା ନେଇ ବିଡ଼ିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।
ଆସିକା ବ୍ଲକ ଦେବଭୂମି ପଞ୍ଚାୟତର ଜଣେ ପଞ୍ଚାୟତସ୍ତରୀୟ ସଂଘର କାର୍ଯ୍ୟକାରୀ ସଦସ୍ୟଙ୍କ ଜମା ଖାତାକୁ ମାସିକ ବୈଠକରେ ଉପସ୍ଥିତ ଏବଂ ଗ୍ରସ୍ତ ଖର୍ଚ୍ଚ ବାବଦକୁ ଗତ ୩୦/୦୫/୨୫ର ୧୦ହଜାର ଟଙ୍କା ଜିପିଏଲେଏଫ ଜମା ଖାତାରୁ ପ୍ରେରଣ କରାଯାଇଛି । ଏହି ଟଙ୍କା ଫେରାଇବାକୁ ନେଇ ଆରମ୍ଭ ହୋଇଛି ତୁ ତୁ ମେ’ ମେ’ ।  ଦେବଭୂମି ପଞ୍ଚାୟତସ୍ତରୀୟ ମହାସଂଘର ଜଣେ ଇସି ସଦସ୍ୟଙ୍କ ଦେହାନ୍ତ ପରେ ଗତ ୧୮/୦୬/୨୪ ତାରିଖରେ ନୂତନ ଭାବେ ସାଗରୀ କୁମାରୀ ସ୍ୱାଇଁକୁ ଚୟନ କରାଯାଇଥିଲା । ପ୍ରକୃତରେ ଉକ୍ତ ପ୍ରେରଣ ହୋଇଥିବା ଟଙ୍କା ପୂର୍ବ ସଦସ୍ୟଙ୍କ ଅଟେ ବୋଲି ବିପିଏମ କହୁଛନ୍ତି । ଦେବଭୂମି ଜିପିଏଲଏଫର ନିଷ୍ପତ୍ତି ପ୍ରକାରରେ କୁଆଡେ ମୃତ ସଦସ୍ୟଙ୍କ ଟଙ୍କା ବିଳମ୍ବରେ ଆସିଥିବାରୁ ନୂତନ ସଦସ୍ୟଙ୍କ ବ୍ୟାଙ୍କ ଜମା ଖାତାକୁ ଦେବାକୁ ସ୍ଥିର ହୋଇଥିଲା । ସେ ଟଙ୍କା ଉଠାଣ କରି ମୃତ ସଦସ୍ୟଙ୍କ ପରିବାରକୁ ଦେବାକୁ କହିଥିଲେ । ପ୍ରଥମେ  ସେ ରାଜି ଥିଲେ ପରବର୍ତ୍ତୀ ଅବସ୍ଥାରେ ମନା କରିବାରୁ ଏଭଳି ପରିସ୍ଥିତି ହୋଇଥିଲା । ଉକ୍ତ ଟଙ୍କା ଦେବା ନେବାକୁ ନେଇ ଏକ ଜିଲ୍ଲାର ପ୍ରତିନିଧି ଟିମ ବିପିଏମ୍କୁ ଭେଟିଥିଲେ । ବିପିଏମ କୁଆଡେ ବିନା ଚିଠିରେ କାହିଁକି ଆସିଛ ବୋଲି ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଏହାକୁ ନେଇ ଅଫିସ ମଧ୍ୟରେ ପାଟି ତୁଣ୍ଡ ହୋଇଥିବା ଶୁଣିବାକୁ ମିଳିଥିଲା । ଶେଷରେ ସମୂହ ମିଶି ବିଡ଼ିଓ ଲିପିନା ଦାସଙ୍କୁ ଭେଟି ଏହାରି ଉପରେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ସଭାପତି ଶୈଳବାଳା ରଥ, ସାଗରୀକା ବେହେରା, ପୁଷ୍ପାଞ୍ଜଳି ରେଡି, ବବିତା ବେହେରା, ଶିଳ୍ପା ମହାନ୍ତି, ଉର୍ମିଳା ପ୍ରଧାନ, ଗୀତାରାଣୀ ପ୍ରଧାନ, ଶକୁନ୍ତଳା ଦାସ, ରିତାଞ୍ଜଳୀ ବେହେରା, ରଶ୍ମିତା ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ । ଏ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଥିଲେ । ବିପିଏମ ଅନିତା ମହାରଣାଙ୍କୁ ପଚାରିବାରୁ ସେ କହିଥିଲେ ଜିଲ୍ଲାର କୌଣସି ଚିଠି ନ ଆଣି ମୋ ଅଫିସ ମଧ୍ୟକୁ ଆସି କାର୍ଯ୍ୟରେ ଅସୁବିଧା ସୃଷ୍ଟି ସହ ଧମକ ଦେଇଥିଲେ ବୋଲି ପାଲଟା ଅଭିଯୋଗ କରିଥିଲେ ।