ବିଭିନ୍ନ ସ୍ଥାନରେ ୭୫ତମ ସମ୍ବିଧାନ ଦିବସ ପାଳିତ
ଧର୍ମଶାଳା: ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଛି । ଧର୍ମଶାଳା ଅନୁସୂଚିତ ଜାତି ଓ ଉପଜାତି ସଙ୍ଗଠନ ପକ୍ଷରୁ ଜାରକାସ୍ଥିତ ଡ. ଆମ୍ବେଦକର ଭବନରେ ଧର୍ମଶାଳା ମହିଳା କଲେଜ ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଛି । ଦଳିତ ନେତା ନାରାୟଣ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସରେ ସମାଜସେବୀ ମିନତୀ ସାହୁ, ସମଜସେବୀ କାହ୍ନୁଚରଣ ଦାଶ, ମହିଶରା ସରପଞ୍ଚ ସଫଳା ବେହେରା, ଧର୍ମଶାଳା ବିକାଶ ପରିଷଦ ସଭାପତି ଶ୍ରୀକାନ୍ତ ସାହୁ, ବିନୋଦ ବିହାରୀ ମଲିକ ଓ ଶିକ୍ଷାବିତ୍ ପୁରୁଷୋତ୍ତମ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଭାରତ ସମ୍ବିଧାନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅତିଥି ଡ. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାମ୍ବାଦିକ ଶୁଭକାନ୍ତ ନାୟକ ଧନ୍ୟବାଦ ଦେଇଥିଲେ । କଲେଜ ଅଧ୍ୟକ୍ଷା ଇନ୍ଦୁପ୍ରଭା ସାମଲଙ୍କ ସଭପତିତ୍ୱରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଅତିଥି ଭାବେ ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ମଧୁପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ତୁହିନାଂଶୁ ରଥ ଯୋଗଦେଇ ଭାରତୀୟ ସମ୍ବିଧାନ ବ୍ୟକ୍ତି ଓ ସମାଜର ସର୍ବୋତ୍ତମ ବିକାଶ ପାଇଁ ମାର୍ଗଦର୍ଶନ ଦେଇଛି । ଅଧ୍ୟାପକ ଡ. ସୁନାକର ଦାସ ଅତିଥି ପରିଚୟ ଓ ଅଧ୍ୟାପକ ସଚିତାନ୍ଦ ପ୍ରଧନ ସ୍ୱଗତ ଭାଷଣ, ଅଧ୍ୟାପିକା ସସ୍ମିତ ରାଉତରାୟ ଧନ୍ୟବାଦ ଦେଇଥିଲେ ।
ବ୍ୟାସନଗର: ଇନ୍ଦିରା ଗାନ୍ଧି ମହିଳା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଅଧ୍ୟାପିକା ରୋଜାଲିନା ମହାନ୍ତିଙ୍କ ତତ୍ୱାବଧନ ଓ ଅଧ୍ୟକ୍ଷ ରନôାକର ଜେନାଙ୍କ ସଭାପତିତ୍ୱରେ ଅତିଥିଭାବେ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ତାରିଣୀତନୟା ସର, ଝୁନୁମଣୀ ଜେନା, ସୁଚିସ୍ମିତା ବେହେରା ଓ ଅଧ୍ୟାପକ ଅରୁଣ ମିଶ୍ର ଯୋଗଦେଇ ସମ୍ବିଧାନର ମୂଲ୍ୟବୋଧ, ପ୍ରକୃତି ଓ ଲକ୍ଷ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଅଧ୍ୟାପିକା ଯାଜେ୍ଞଶ୍ୱରୀ ପଲେଇଙ୍କ ସଂଚାଳନରେ ଛାତ୍ରୀଙ୍କ ମଧ୍ୟରେ ସମ୍ବିଧାନ ସମ୍ପର୍କିତ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ସମୂହ ଉପସ୍ଥିତ ରହି ସମ୍ବିଧାନର ପ୍ରସ୍ତବନା ପଠନରେ, ଅଂଶଗ୍ରହଣ କରିଥିଲେ । ଛାତ୍ରୀ ମୋନାଲିସା ଜେନା ଧନ୍ୟବାଦ ଅର୍ପଣ କରଇଥିଲେ । ସେହିପରି ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ପଙ୍କଜିନୀ ପାଣିଙ୍କ ସଭାପତିତ୍ୱରେ ସମ୍ବିଧାନ ସମ୍ପର୍କିତ ସଭ ହୋଇଥିଲା ।
ଆନନ୍ଦପୁର: ଆନନ୍ଦପୁର ବାବା ସାହେବ ଆମ୍ବେଦକର ସେବାସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସୁଡୁସୁଡିଆ ବାଇପାସ୍ ଭାରତରନô ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେବାସଂଘ କାର୍ଯ୍ୟାଳୟ ବାଇଲୋଠାରେ ଅନୁଷ୍ଠିତ ବୈଠକରେ ସଭାପତି ଚତୁର୍ଭୁଜ ଦାଶ, ସେବାସଂଘର ସାଧାରଣ ସମ୍ପାଦକ ଆଇନଜୀବୀ ଚତୁର୍ଭୁଜ ଜେନା, ହେମନ୍ତ କୁମାର ମଲ୍ଲିକ, ସେବାସଂଘ ମୁଖ୍ୟ ଉପଦେଷ୍ଟା ଅକ୍ରୁର ଚରଣ ଜେନା, ଉପସଭାପତି ପ୍ରାଣନାଥ ଜେନା ଏବଂ ଶ୍ରୀକାନ୍ତ ଜେନା, ସହସମ୍ପାଦକ ସୁରେଶ ଜେନା, କେନ୍ଦ୍ରୀୟ ସାଂଗଠନିକ ସମ୍ପାଦକ ପ୍ରମୋଦ ଜେନା, ଅରୁଣ ସେଠୀ ପ୍ରମୁଖ ଭାରତୀୟ ସମ୍ବିଧାନ ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସାଂସ୍କୃତିକ ସମ୍ପାଦକ କଳାକାର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଦସ୍ୟ ଉପଦେଷ୍ଟା ହରିହର ଦାଶ, ରବୀନ୍ଦ୍ର ପ୍ରସାଦ ଚାନ୍ଦ, ସୁଶାନ୍ତ ଜେନା, ରଞ୍ଜନ ଜେନା, ନାରାୟଣ ଜେନା, ଗଣେଶ ପ୍ରସାଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଟମକା: ଦାନଗଦୀ ବ୍ଲକ୍ ଟୋଲକାନୀ ସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ସ୍କୁଲରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଛି । ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଞ୍ଜନ ସାହୁ, ଯୁବ ରେଡ୍କ୍ରସ କାଉନସିଲର ଅଧ୍ୟାପକ ଗୋବର୍ଦ୍ଧନ ସାହୁ, ଅଧ୍ୟାପକ ଡ. କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପକ ଖଗେଶ ଜେନା, ବାଇଧର ସାହୁ, ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି ପ୍ରମୁଖ ଯୋଗ ଦେଇ ସମ୍ବିଧାନ ତିଆରିର ଇତିହାସ, ସମ୍ବିଧାନର ପ୍ରସ୍ତାବନା, ଏହାର ମୌଳିକ ବୈଶିଷ୍ଟ୍ୟ ଓ ସମ୍ବିଧାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟକ୍ଷ ଡ. ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମିଳିତ ହୋଇ ଦେଶର ଏକତା, ସାର୍ବଭୌମତ୍ୱ, ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ରଞ୍ଜନ ଖଣ୍ଡା, ଶ୍ରୀମନ୍ତ ନାୟକ, ପାର୍ଥ ସାରଥୀ ବଳ, ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ, ସିଲନପ୍ରଭା ନାୟକ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପିକା ମୀରାମ୍ବିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।