ବିଶ୍ୱ ଜଳାନ୍ତକ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖକୁ ବିଶ୍ୱ ଜଳାତଙ୍କ ଦିବସ ବା ୱାର୍ଲଡ଼ ରାବିଜ ଡେ ଭାବେ ପାଳନ କରଯାଇଥାଏ । ଆଜିର ସମୟରେ ଅତ୍ୟନ୍ତ ଜରୁରି ଓ ଜୀବନକୁ ସଙ୍କଟାପନ୍ନ କରୁଥିବା ଜଳାନ୍ତକ ରୋଗର ନିବାରଣ ତଥା ଏ ନେଇ ସମସ୍ତଙ୍କ ଭିତରେ ସଚେତନତାର ବାର୍ତ୍ତା ସୃଷ୍ଟି କରିବା ଓ ଏହି ଜଟିଳ ଓ ଭୟଙ୍କର ରୋଗକୁ ପରାଜିତ କରିବା ପାଇଁ ସ୍ୱାସ୍ଥ୍ୟଗତ ବିଭିନ୍ନ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରତି ବର୍ଷ ସମଗ୍ର ବିଶ୍ୱରେ ସେପ୍ଟେମ୍ବର ୨୮କୁ ବିଶ୍ୱ ଜଳାନ୍ତକ ଦିବସ ଭାବେ ପାଳନ କରାଯାଏ । ଏହି ଭୟାବହ ଓ କଷ୍ଟଦାୟକ ରୋଗ ପାଇଁ ଆରୋଗ୍ୟର ନୂଆ ଜୀବନ ସୃଷ୍ଟି କରୁଥିବା ଫ୍ରାନ୍ସର କେମିଷ୍ଟ ଓ ଜୀବାଣୁତତ୍ତ୍ୱବିତ୍ ଲୁଇସ୍ ପାଷ୍ଟର୍ଙ୍କ ତିରୋଧାନକୁ ମଧ୍ୟ ବିଶ୍ୱ ଜଳାନ୍ତକ ଦିବସ ଭାବେ ପାଳନ କରାଯାଏ । ଜଳାତଙ୍କ ରୋଗ ଏକ ଭୂତାଣୁ ରୋଗ ଯାହା ରୋଗୀର ମସ୍ତିଷ୍କ ଓ ସୁଷମ୍ନା କାଣ୍ଡକୁ ଆକ୍ରାନ୍ତ କରିଥାଏ । ଏହି ଭୂତାଣୁ ଦ୍ୱାରା ସଂକ୍ରମିତ କୁକୁର, ବିରାଡ଼ି, ଗଧିଆ, ମାଙ୍କଡ, ବାଦୁଡ଼ି, ମୂଷା ମାନଙ୍କ ଲାଳରେ ନିଷ୍କାସିତ ହୋଇଥାଏ ଯାହା ଦ୍ୱାରା ଏମାନେ କାମୁଡ଼ିଲେ ହିଁ ଜଳାତଙ୍କ ରୋଗ ବ୍ୟାପିଥାଏ । କାମୁଡ଼ିବାର ୨୦ରୁ ୬୦ ଦିନ ଭିତରେ ଏହାର ଲକ୍ଷଣ ଦେଖାଯାଇଥାଏ । ସାମାନ୍ୟ ଜ୍ୱର, ଦେହହାତ ଘୋଳାବିନ୍ଧା, ତଣ୍ଟିରେ ଘାଆ ଏହାର ହେଉଛି ପ୍ରମୁଖ ଲକ୍ଷଣ । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ କେବଳ ଟିଟାନାସ ଓ ଆଣ୍ଟିବାୟୋଟିକ ଦିଆଯାଏ । ପ୍ରଥମ ଜଳାନ୍ତକ ଟିକାର ବିକାଶ ସେ କରିଥିଲେ ।
ଜଳାନ୍ତକଜନିତ ମୃତୁ୍ୟକୁ ରୋକିବା ପାଇଁ ନିରାପଦ ଓ ପ୍ରଭାବଶାଳୀ ପଶୁ, ମାନବ ଟିକା ଆଜି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ରୂପେ ଉଭା ହୋଇଛି । ଏଥିସହ ଏ ସମ୍ପର୍କିତ ସଚେତନତା ଅଭିଯାନ ମଧ୍ୟ ମୁଖ୍ୟ ଭୂମିକା ନିର୍ବାହ କରୁଛି । ମାନବ ସମୁଦାୟକୁ ଜଳାନ୍ତକରୁ ମୁକ୍ତ କରିବାରେ ଏହା ମୁଖ୍ୟ ଭୂମିକା ନିର୍ବାହ କରିଛି । ଆଜି ସମଗ୍ର ବିଶ୍ୱ ବିଶେଷକରି ସ୍ୱାସ୍ଥ୍ୟକ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ପାଇଥିବା ଭାରତ ବର୍ଷରେ ଜଳାନ୍ତକ ଏବେ ବି ତାର ଭୟାନକ କାୟା ଦେଖାଇ ଚାଲିଛି । ଜଳାନ୍ତକର ଚିକିତ୍ସା ସାମାଜିକ ପ୍ରତିଷେଧକ ବିଭାଗ ଅଧୀନରେ ଆସିଥାଏ । ସମସ୍ତଙ୍କୁ ଏହା ଜରୁରୀ ଚିନ୍ତା ଉଦ୍ରେକ କରୁନଥିଲେ ବି ଜଳାନ୍ତକର ତକ୍ରାଳୀନ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ଅତ୍ୟନ୍ତ ଜରୁରି ନଚେତ୍ ଏହା ମୁମୂର୍ଷୁ ଜଣଙ୍କୁ ଭୟାନକ ଜଟିଳ ସଙ୍କଟାପନ୍ନ ସ୍ଥିତିକୁ ଠେଲି ଦେଇଥାଏ । ଏବେ ଏହାର ମୁକାବିଲା ଓ ଚିକିତ୍ସା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସୁଲଭ ମୂଲ୍ୟର ଟିକା ଉପଲବ୍ଧ ହେଲାଣି । ୨୦୩୦ ସୁଦ୍ଧା ଜଳାନ୍ତକଜନିତ ମାନବ ମୃତୁ୍ୟକୁ ସମ୍ପୂର୍ଣ୍ଣ ରୋକିବା ଦିଗରେ ବିଶ୍ୱରେ ଲକ୍ଷ୍ୟକୁ ମଧ୍ୟ ଏହା ଦର୍ଶାଏ । ବର୍ତ୍ତମାନ ଚିକିତ୍ସା ସେବା ଯେଉଁପରି ସମୟ ଓ ଉପଲବ୍ଧରେ ପହଞ୍ଚôଛି ହାତ ପାହାନ୍ତାରେ ଅନେକ ସୂଚନା ମିଳିପାରିବା ସହ ସରକାରୀ ବ୍ୟବସ୍ଥାରେ ସମସ୍ତ ପରୀକ୍ଷା ନିରୀକ୍ଷା ଓ ଔଷଧ ପତ୍ର ମାଗଣାରେ ପ୍ରଦାନର ବ୍ୟବସ୍ଥା ରହିଛି । ତେବେ ଏହି ଜଳାନ୍ତକର ଚିକିତ୍ସା ନିମିତ୍ତ କେତେକ କ୍ଷେତ୍ରରେ ଗୁଣୀ ଗାରେଡ଼ି ଓ ତୁଟୁକାତୁଟିକି ଦେଶୀୟ ଚିକିତ୍ସା କରାଯାଏ ଯାହା ଆଦୌ ଠିକ ନୁହେଁ । ତେଣୁ ସରକାରୀ ଡାକ୍ତରଖାନାର ସୁଯୋଗ ନିଅନ୍ତୁ ଏବଂ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଏହାକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ ।
ଡା.କାନ୍ତୀ ନାୟକ,କଟକ